Latest Odisha News

ରାଜଧାନୀରେ ନାବାଳିକାର ସନ୍ଦେହଜନକ ମୃତ୍ୟୁ: ହାତଗୋଡ଼ ବନ୍ଧା ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଅପରାଧୀଙ୍କ ହଟସ୍ପଟ ପଲଟିବାର ଲାଗିଛି ରାଜଧାନୀ ଭୁବନେଶ୍ବର ।

ଖଣ୍ଡଗିରି ଥାନା ଅଧୀନ ଡୁମୁଡୁମା ଫେଜ୍-ଟୁ ଅଞ୍ଚଳରୁ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସ୍ଥାନୀୟ ଏକ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଉଦ୍ଧାର ହୋଇଛି ଏହି ମୃତଦେହ।
ଏହି ଘଟଣାକୁ ନେଇ ଭୁବନେଶ୍ୱରରେ ଅନର କିଲିଂ ହୋଇଥିବା ଚର୍ଚ୍ଚା ଜୋର ଧରିଛି।

ମୃତ ନାବାଳିକାର ପାଖ ପଡୋଶୀ ଦେଇଥିବା ସୁଚନା ଅନୁଯାୟୀ, ନାବାଳିକାଙ୍କର ପୂର୍ବରୁ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଥିଲା । ତେବେ ଏହି କାରଣରୁ ପରିବାର ଲୋକ ତାଙ୍କୁ ହତ୍ୟା କରିଥିବା ପୁଲିସ୍‌ ଅନୁମାନ କରୁଛି।

ଅନ୍ୟପଟେ କେହି ଦୁର୍ବୃତ୍ତ ଝିଅକୁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକ। ମୃତଦେହ ଉଦ୍ଧାର ପରେ ସେଠାରେ ସନ୍ଦେହଜନକ ଅବସ୍ଥାରେ ଜଣେ ଯୁବକ ବୁଲୁଥିବାର ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକ । ଏହାପରେ ଉକ୍ତ ଯୁବକ ଜଣଙ୍କୁ ଧରି ପୁଲିସ୍‌ ଜିମା ଦେଇଛନ୍ତି ସ୍ଥାନୀୟ ଲୋକ। ତେବେ ପ୍ରକୃତରେ ଏହା ଆତ୍ମହତ୍ୟା ନା ଯୋଜନାବଦ୍ଧ ହତ୍ୟାକାଣ୍ଡ, ସେନେଇ ପୁଲିସ୍‌ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ କରିବ ବୋଲି ସୂଚନା ଦେଇଛି ।

Comments are closed.