Latest Odisha News

BREAKING NEWS

ପୁଣି ତିନି ଶହ ପାର୍ କଲା ଖୋର୍ଦ୍ଧା ଜିଲ୍ଲାରେ ପଜିଟିଭ କେସ୍

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ବେକାବୁ କରୋନା । କାୟା ବିସ୍ତାର କରି ଚାଲିଛି । ଦ୍ୱିତୀୟ ଥର ଜିଲ୍ଲାରୁ ପୁଣି ବାହାରିଛନ୍ତି ତିନି ଶହରୁ ଅଧିକ ନୂଆ ଆକ୍ରାନ୍ତ । ଗତ ୨୪ ଘଣ୍ଟାରେ ଭୂତାଣୁ ସଂକ୍ରମିତ ହୋଇଛନ୍ତି ୩୧୨ ଜଣ । ପୂର୍ବରୁ ଗତ ୨୩ ତାରିଖରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ୫୭୨କୁ ବୃଦ୍ଧି ପାଇଛି । ଆକ୍ଟିଭ୍ କେସ ରହିଛି ୧ ହଜାର ୯୯୭ । ସୁସ୍ଥ ହୋଇଛନ୍ତି ୧ ହଜାର ୫୪୮ । ୧୯ ମୁଣ୍ଡ ନେଇଛି କରୋନା ।

ଭୁବନେଶ୍ୱରରେ କେବଳ ୬୦% ସଂକ୍ରମିତ
ଖୋର୍ଦ୍ଧା ଜିଲ୍ଲାର କରୋନା କେସର କେବଳ ୬୦ ପ୍ରତିଶତ ସଂକ୍ରମିତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ବିଏମସି ଅଞ୍ଚଳରୁ ଗତକାଲି(ସୋମବାର) ସୁଦ୍ଧା ସଂକ୍ରମିତ ହୋଇଥିଲେ ୨ ହଜାର ୧୫୦ ଜଣ । ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ୧ ହଜାର ୧୨୫ ଥିବା ବେଳେ ସୁସ୍ଥ ହୋଇଛନ୍ତି ହଜାରେ ୧୧ ଆକ୍ରାନ୍ତ । ସେହିପରି ୧୨ ଜଣଙ୍କର ମୃତ୍ୟୁ ହୋଇଛି ।

Leave A Reply

Your email address will not be published.