Latest Odisha News

BREAKING NEWS

ଆଜି ଭାରତରେ ପହଞ୍ଚିବ ଲଢୁଆ ୫ଟି ରାଫେଲ୍ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଆଜି ଭାରତରେ ପହଞ୍ଚିବ ଫ୍ରାନ୍ସ ନିର୍ମିତ ଫାଇଟର ଜେଟ୍ ରାଫେଲ୍ । ପ୍ରଥମ ପର‌୍ୟ୍ୟାୟରେ ୫ଟି ରାଫେଲ୍ ବିମାନ ଆସିଛି । ହରିୟାଣା ଅମ୍ବାଲାର ବାୟୁସେନା ଏୟାରବେସରେ ଆଜି ଅବତରଣ କରିବେ । ସାତ ହଜାର କିଲୋମିଟର ଉଡ଼ାଣ ପରେ ଅମ୍ବାଲାରେ ପହଞ୍ଚିବେ । ବାୟୁସେନା ମୁଖ୍ୟ ରାଫେଲ୍ ଯୁଦ୍ଧ ବିମାନକୁ ସ୍ୱାଗତ କରିବା କାର୍ଯ୍ୟକ୍ରମ ରହିଛି ।

ଅମ୍ବାଲାର ବିମାନଘାଟି ଅଞ୍ଚଳରେ ୧୪୪ ଧାରା ଜାରି କରିଯାଇଛି । ଆଖପାଖର 4ଟି ଗାଁରେ ଲାଗିଛି କଟକଣା । ରାଫେଲର ଅବତରଣ ବେଳେ ଘର ଛାତ ଉପରୁ ଫଟୋ ନ ଉଠାଇବା ପାଇଁ ଲୋକଙ୍କୁ ବାରଣ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ବି କଡ଼ାକଡ଼ି ।

୨୭ ତାରିଖରେ ଫ୍ରାନ୍ସରୁ ଉଡ଼ାଣ ଭରିଥିଲା ୫ଟି ରାଫେଲ୍ ବିମାନ । ଗତକାଲି ମଝି ଆକାଶରେ ୩୦ ହଜାର ଫୁଟ ଉଚ୍ଚରେ ବିମାନରେ ଇନ୍ଧନ ଭର୍ତ୍ତି କରାଯାଇଥିଲା । ଉଡ଼ନ୍ତା ବିମାନରେ ଇନ୍ଧନ ଭର୍ତ୍ତି ବେଳର ଫଟୋ ଟ୍ୱିଟ୍ କରିଥିଲା ଭାରତୀୟ ବାୟୁସେନା । ଘଣ୍ଟାପ୍ରତି ୧୩୮୯ କିଲୋମିଟର ବେଗରେ ଉଡ଼ାଉ କରିପାରିବ ରାଫେଲ୍ ଫାଇଟର୍ ଜେଟ୍ ।

Leave A Reply

Your email address will not be published.