କନ୍ଧମାଳ: କରୋନା ପାଇଁ ବଢୁଛି କଟକଣା । କେଉଁଠି ଲକଡାଉନ ତ ଆଉ କେଉଁଠି ସଟଡାଉନ । ଏହାର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ କାନ୍ଧମାଲ ଜିଲ୍ଲାକୁ ଆଗାମୀ ୧୦ ଦିନ ଯାଏଁ ଲକଡାଉନ ଘୋଷଣା କରିଛି ସ୍ଥାନୀୟ ପ୍ରଶାସନ । ଏନେଇ ଜିଲ୍ଲାପାଳ ଟ୍ୱିଟ କରି ସୂଚନା ଦେଇଛନ୍ତି ।
କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଜିଲ୍ଲାପାଳ ଏହିଭଳି ପଦକ୍ଷେପ ନେଇଥିବା କହିଛନ୍ତି। ଏହି କଟକଣା ସମୟରେ ଜିଲ୍ଲାର ସମସ୍ତ ଆବଶ୍ୟକୀୟ ଦୋକାନ ସକାଳ ୭ଟାରୁ ଦିନ ୧ଟା ଯାଏ ଖୋଲା ରହିବ ।
ବିନା ଜରୁରୀ କାର୍ଯ୍ୟରେ କେହିବି ଘରୁ ବାହାରି ପରିବେ ନାହିଁ। ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାଇ ରଖିବା ବାଧ୍ୟତାମୂଳକ । ଏହାକୁ ଅମାନ୍ୟ କଲେ କାଠିର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ ।