Latest Odisha News

BREAKING NEWS

ବ୍ରହ୍ମଚାରୀ ପକ୍ଷୀର ଆଖ୍ୟା ପାଇଥିବା ମୟୁର ସମ୍ପର୍କରେ ଜାଣନ୍ତୁ କିଛି ଅଜଣା କଥା

ଭୁବନେଶ୍ୱର: ଭାରତର ଜାତୀୟ ପକ୍ଷୀ ମୟୁର ଦେଖିବାକୁ ବି ଖୁବ୍ ସୁନ୍ଦର। ମୟୁର ସମ୍ପର୍କରେ ପ୍ରାୟ ସମସ୍ତଙ୍କୁ ଉଣା ଅଧିକେ ଜଣାଥିବ । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ମୟୁର ସମ୍ପର୍କରେ କିଛି ଅଜଣା କଥା…

ହିନ୍ଦୁ ଶାସ୍ତ୍ରରେ ମୟୁରକୁ ଏକ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଇଛି । ଏହାର ପୁଛରେ ଭଗବାନ ଶ୍ରୀକୃଷ୍ଣଙ୍କର ମଧ୍ୟ ଶ୍ରଦ୍ଧା ରହିଛି। ଶ୍ରୀକୃଷ୍ଣ ତାଙ୍କ ମୁଣ୍ଡରେ ମୟୁର ଚନ୍ଦ୍ରିକା ଲଗାନ୍ତି। ଏହି କାରଣରୁ ମୟୁର ପୁଛରେ ଠାକୁରଙ୍କୁ ବିଞ୍ଚା ମଧ୍ୟ ଯାଇଥାଏ । ସାଧୁ ସନ୍ଥ ମଧ୍ୟ ମୟୁରର ପୁଛ ବ୍ୟବାହର କରୁଥିବାର ଦେଖାଯାଇଥାଏ ।

ମୟୁର ପୁରୁଷ ପକ୍ଷୀକୁ ଇଂରାଜୀରେ ପିକକ୍ କୁହାଯାଏ। ସେହିପରି ମୟୁରୀକୁ ପିହେନ କୁହାଯାଇଥାଏ। ମୟୁରୀ ଅପେକ୍ଷା ମୟୁର ଅଧିକ ସୁ୍ନ୍ଦର ଓ ଉଜ୍ଜ୍ୱଳ।

ମୟୁର ଏକ ସର୍ବଭକ୍ଷ ପକ୍ଷୀ। ଏହା ହାନିକାରକ କୀଟପତଙ୍ଗଠାରୁ ଆରମ୍ଭ କରି ଫୁଲ, ମଞ୍ଜି, ଛୋଟ ଛୋଟ ସାପ,ଝିଟିପିଟି ଓ ଚମ୍ପେଇନାଳି ଆଦି ଖାଇଯାଇଥାଏ। ଏଣୁ ମୟୁରକୁ କୃଷକର ବନ୍ଧୁ ବୋଲି ମଧ୍ୟ କୁହାଯାଏ।

ମୟୁର ସର୍ବାଧିକ ୨୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ। ଏମାନେ ଗୋଷ୍ଠୀଗତ ଜୀବନ ବିତାଇବାକୁ ପସନ୍ଦ କରିଥା୍ନ୍ତି। ଗୋଟିଏ ଗୋଟିଏ ଗୋଷ୍ଠୀରେ ୬ରୁ ୧୦ଟି ପର୍ଯ୍ୟନ୍ତ ମୟୁର ଓ ମୟୁରି ଥାନ୍ତି। ମୟୁର ଖୁସି ହେଲେ ନୃତ୍ୟ କରିଥାଏ। ଏଥିପାଇଁ ମୟୁର ତା ପକ୍ଷୀକୁ ସମ୍ପ୍ରସାରଣ କରି ନାଚିବା ବେଳେ ବେଶ ସୁ୍ନ୍ଦର ଦେଖାଯାଏ।

୨୬ ଜାନୁୟାରୀ ୧୯୬୩ରେ ଭାରତ ସରକାର ମୟୁରକୁ ଜାତୀୟ ପକ୍ଷୀର ମାନ୍ୟତା ପ୍ରଦାନ କରିଥିଲେ। ଭାରତ ଭଳି ମ୍ୟାଁମାର ମଧ୍ୟ ମୟୁରକୁ ଜାତୀୟ ପକ୍ଷୀ ମାନ୍ୟତା ଦେଇଛି।

ଜାତୀୟ ପକ୍ଷୀ ମାନ୍ୟତା ଯୋଗୁ ଦେଶରେ ମୟୁର ଶିକାର ସମ୍ପୂର୍ଣ୍ଣ ନିଷିଦ୍ଧ। ଯଦି କୌଣସି ଠାରେ ମୟୁରକୁ କିଏ ହତ୍ୟା କରେ ତା ବିରୋଧରେ ଭାରତୀୟ ବନ୍ୟ ଜୀବନ ଆଇନର ଧାରା ୧୯୭୨ ଅନୁସାରେ ମୋକଦ୍ଦମା ମଧ୍ୟ ରୁଜୁ କରାଯିବାର ଆଇନ ରହିଛି।

ହିନ୍ଦୁଧର୍ମ ମାନ୍ୟତାରେ ମୟୁରର ମଧ୍ୟ ମହତ୍ୱ ରହିଛି। ମହାଦେବ ଶିବଙ୍କ ପୁତ୍ର କାର୍ତ୍ତିକେୟଙ୍କ ବାହନ ହେଉଛି ମୟୁର। ଏହା ରାବ ମଧ୍ୟ ଖୁବ ସୁନ୍ଦର ଲାଗେ।

ଶାସ୍ତ୍ର କହେ ମୟୁର କେବେବି ଶାରୀରିକ ସମ୍ବଦ୍ଧ ରଖେ ନାହିଁ। ଏଣୁ ଏହାକୁ ବ୍ରହ୍ମଚାରୀ ପକ୍ଷୀ ବୋଲି କୁହାଯାଏ। ତେବେ ମୟୁରର ବଂଶ କିପରି ବିସ୍ତାର ହୁଏ ବୋଲି ଅନେକଙ୍କ ମନରେ ପ୍ରଶ୍ନ ଆସିଥାଏ ?

ଶାସ୍ତ୍ର ଅନୁସାରେ ମୟୁର ଆଖିରୁ ଲୁହ ବୋହିଲେ ତାକୁ ମୟୁରୀ ପିଇଥାଏ। ଏଥିରୁ ସେ ଗର୍ଭବତୀ ହୋଇ ଅଣ୍ଡା ଦିଏ। ଯାହାକୁ ସେ ଅନ୍ୟ ପକ୍ଷୀଙ୍କ ଭଳି ଉଷୁମ କରି ଛୁଆ ଫୁଟାଏ।

ତେବେ ମୟୁରଙ୍କ ଜୀବନଚର୍ଯ୍ୟାକୁ ନେଇ ଭାରତରେ ଲୋକଙ୍କର ଧାରଣାକୁ ଭୁଲ ବୋଲି କୁହନ୍ତି ପକ୍ଷୀ ବିଷାରଦ ବିକ୍ରମ ଗ୍ରେୱାଲ। ତେବେ ଅନ୍ୟ ପକ୍ଷୀଙ୍କ ଭଳି ମୟୁର-ମୟୁରୀଙ୍କ ଶାରୀରିକ ସମ୍ପର୍କ ହୋଇଥାଏ ବୋଲି କହିଛନ୍ତି ଗ୍ରେୱାଲ। ବର୍ଷର ନିର୍ଦ୍ଧିଷ୍ଟ ସମୟରେ ମୟୁରୀ ଅଣ୍ଡା ଦେବା ସହ ଶାବକ ଫୁଟେଇଥାଏ। ଯେଉଁଥିରୁ ସେମାନଙ୍କ ବଂଶ ବିସ୍ତାର ହେଉଛି।

Leave A Reply

Your email address will not be published.