Latest Odisha News

BREAKING NEWS

ବ୍ୟବସାୟୀ କରୋନା ଆକ୍ରାନ୍ତ ପରେ ଭଦ୍ରକ ଏକତା ମାର୍କେଟ ସଟଡାଉନ୍

ଭଦ୍ରକ: କରୋନା ସଂକ୍ରମିତ ଚିହ୍ନଟ ପରେ ଭଦ୍ରକ ସହରର ଏକତା ମାର୍କେଟ ଓ କଚେରୀ ବଜାର ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ । ଏକତା ମାର୍କେଟର ଜଣେ ବ୍ୟବସାୟୀ କରୋନା ପଜିଟିଭ୍ ଚିହ୍ନଟ ପରେ ଭଦ୍ର ପୌର ପରିଷଦ ପକ୍ଷରୁ ସଟଡାଉନ୍ ଘୋଷଣା କରାଯାଇଛି ।

ଆଜି ସକାଳ ୫ଟାରୁ ଶନିବାର ସକାଳ ୫ଟା ପର‌୍ୟ୍ୟନ୍ତ ବଳବତ୍ତର ରହିବ ସଟ୍‌ଡାଉନ୍ । ସଂପୃକ୍ତ ବ୍ୟବସାୟୀଙ୍କ ସଂସ୍ପର୍ଶରେ ବହୁ ଲୋକ ଆସିଥିବା ଅନୁମାନ କରାଯାଉଛି । ସଟଡାଉନ୍ ବେଳେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଓ ଟେଷ୍ଟିଂ କରାଯିବ ।

Leave A Reply

Your email address will not be published.