Latest Odisha News

BREAKING NEWS

ଏଣିକି ବିବାହ ଉତ୍ସବ ନିୟମ ଭାଙ୍ଗିଲେ ୧୦ ହଜାର ଫାଇନ୍

ଭୁବନେଶ୍ୱର: ଅଗଷ୍ଟ ମାସ ଗାଇଡଲାଇନ୍‌ରେ ସରକାର ବାହାଘର ଉତ୍ସବକୁ ଅନୁମତି ଦେଇଥିଲେ ମଧ୍ୟ କଡା କଟକଣା ଜାରି କରିଛନ୍ତି । ଏଣିକି ବିବାହ ଉତ୍ସବରେ କୋଭିଡ ଗାଇଡ ଲାଇନ୍ ଉଲ୍ଲଙ୍ଘନ କଲେ ୧୦ ହଜାର ଫାଇନ୍ । ଏଥିସହ ବିବାହ କାର୍ଯ୍ୟବେଳେ ସାମାଜିକ ଦୂରତା ନମାନିଲେ ସିଲ୍ ହେବ ବିବାହ ମଣ୍ଡପ ।

କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲୋକଙ୍କୁ ୧୦ ହଜାର ଟଙ୍କା ଫାଇନ୍ କରାଯିବ । ବାରମ୍ବାର ଉଲ୍ଲଂଘନ କଲେ ଜୋରିମାନା ଅର୍ଥ ବଢ଼ିବ । ଏପରିକି ମାସେ ଯାଏଁ ସିଲ୍ ହେବ ବାହାଘର ହେଉଥିବା ସ୍ଥାନ । ତେବେ ପୂର୍ବଭଳି ବିବାହ ଉତ୍ସବରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି । ଗତ କିଛିଦିନ ହେଲା ବାହାଘର ଭଳି ଉତ୍ସବରେ ସଂକ୍ରମଣ ବଢ଼ୁଥିବା ଦୃଷ୍ଟିରୁ ଏଭଳି କଠୋର ପଦକ୍ଷେପ ନେଇଛନ୍ତି ।

ସେହିପରି ଗୋଟିଏ ସ୍ଥାନରେ ୧୦ ଜଣଙ୍କଠୁ ଅଧିକ ଲୋକଙ୍କ ଏକାଠି ହେବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସଭା ସମିତି ଆୟୋଜନ କରୁଥିବା ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଏହି ନିୟମ କଲେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଫାଇନ ଆଦାୟ କରାଯିବ । ପ୍ରଥମଥର ନିୟମ ଭାଙ୍ଗିଲେ ସପ୍ତାହେ ଏବଂ ବାରମ୍ବାର କଲେ ମାସେ ଯାଏ ସିଲ୍ ହେବ ସଂସ୍ଥା ।

Leave A Reply

Your email address will not be published.