Latest Odisha News

BREAKING NEWS

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା, ମୃତ୍ୟୁସଂଖ୍ୟା ୧୮୭କୁ ବୃଦ୍ଧି

ଭୁବନେଶ୍ୱର: କରୋନାରେ ପୁଣି ଯାଇଛି ୧୦ ଜୀବନ । ଗତ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରୁ ୫, ଖୋର୍ଦ୍ଧାରୁ ୩, ସୁନ୍ଦରଗଡ଼ ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାର ମୃତକଙ୍କ ଭିତରେ ଦୁଇ ଜଣ ଭୁବନେଶ୍ୱରରୁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ ୧୮୭କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା ।
ମୃତକଙ୍କ ରିପୋର୍ଟ
୧. ଗଞ୍ଜାମ- ୫୪ ବର୍ଷୀୟ ପୁରୁଷ (ଡାଏବେଟିସ୍, ଉଚ୍ଚ ରକ୍ତଚାପ)
୨. ଭୁବନେଶ୍ୱର- ୬୨ ବର୍ଷୀୟ ବୃଦ୍ଧ
୩. ଭୁବନେଶ୍ୱର- ୭୦ ବର୍ଷୀୟ ବୃଦ୍ଧ (ଡାଏବେଟିସ୍)
୪. ଗଞ୍ଜାମ- ୪୪ ବର୍ଷୀୟ ପୁରୁଷ (ଡାଏବେଟିସ୍)
୫. ସୁନ୍ଦରଗଡ଼- ୫୬ ବର୍ଷୀୟ ପୁରୁଷ (ଡାଏବେଟିସ୍, ଉଚ୍ଚ ରକ୍ତଚାପ)

୬. ଗଞ୍ଜାମ- ୬୩ ବର୍ଷୀୟ ବୃଦ୍ଧ (ଉଚ୍ଚ ରକ୍ତଚାପ)
୭. ଗଞ୍ଜାମ- ୫୬ ବର୍ଷୀୟ ପୁରୁଷ (ଡାଏବେଟିସ, ଉଚ୍ଚ ରକ୍ତଚାପ)
୮. ଗଞ୍ଜାମ- ୭୦ ବର୍ଷୀୟ ବୃଦ୍ଧ (ଉଚ୍ଚ ରକ୍ତଚାପ)
୯. ଖୋର୍ଦ୍ଧା- ୪୦ ବର୍ଷୀୟ ପୁରୁଷ (ଡାଏବେଟିସ୍)
୧୦. ଗଜପତି- ୪୯ ବର୍ଷୀୟ ପୁରୁଷ (ଡାଏବେଟିସ୍, ଉଚ୍ଚ ରକ୍ତଚାପ)

Leave A Reply

Your email address will not be published.