ଭୁବନେଶ୍ୱର: ବ୍ୟାଙ୍କ ଚେକ୍ ଦେଇ କୌଣସି ଦାମୀ ଜିନିଷ କିଣିବା କିଛି ନୂଆ କଥା ନୁହେଁ । ହେଲେ କମ୍ପ୍ୟୁଟରରେ ନିଜେ ପ୍ରିଣ୍ଟ କରି କିଛି କିଣାକିଣି କରିବାକୁ କେବେ ଚେଷ୍ଟା କରିଛନ୍ତି କି ? ତେବେ ଫ୍ଲୋରିଡାର ଜଣେ ବ୍ୟକ୍ତି କିଛି ଏପରି କାରନାମା କରିଦେଖାଇଛନ୍ତି ।
ନିଜେ ପ୍ରିଣ୍ଟ କରିଥିବା ଚେକ୍ରେ କୋଟିଏ ଟଙ୍କାର ଗାଡି କିଣି ଜଣେ ବ୍ୟକ୍ତି ଶେଷରେ ପୋଲିସ ହାତରେ ଧରାପଡିଛନ୍ତି । ବୁଧବାର ୪୨ ବର୍ଷୀୟ କେସି ୱିଲିଅମ୍ କେଲିଙ୍କୁ ଜାଲିଆତି ମାମଲାରେ ୱାଲଟନ୍ କାଉଣ୍ଟି ସେରିଫ ଗିରଫ କରିଥିଲା ।
କ୍ୟାସିଅରକୁ ଚେକ୍ ଦେଇ ବ୍ୟକ୍ତି ଜଣକ ଏକ ପୋର୍ସଚେ ୯୧୧ ଗାଡି କିଣିଥିଲେ । ତେବେ ଚେକ୍ଟି ଜାଲ୍ ବୋଲି ଜାଣିବା ପରେ ପୋଲିସ ଉକ୍ତ ବ୍ୟକ୍ତିଙ୍କର ଫଟୋ ଜାରି କରିଥିଲା । ଅନ୍ୟପଟେ ଗାଡି କିଣିବାର ଗୋଟିଏ ଦିନ ପରେ ସେହି ବ୍ୟକ୍ତି ଜଣକ ପୁଣିଥରେ ଜାଲ୍ ଚେକ୍ ଦେଇ କିଛି ଦାମୀ ଇମ୍ପେର୍ଟେଡ ଘଣ୍ଟା କିଣିବାକୁ ଚେଷ୍ଟା କରିଥିଲେ ।
ତେବେ ଘଣ୍ଟା ଦୋକାନୀ ଚେକ୍ଟି ଜାଲ ଥିବା ଜାଣିନେବା ପରେ ପୋଲିସକୁ ଜଣାଇଥିଲେ । ପୋଲିସ ହାତରେ ଗିରଫ ହେବା ପରେ ଅଭିଯୁକ୍ତ କେଲି ଚେକ୍ଗୁଡିକୁ ଘରେ ପ୍ରିଣ୍ଟ କରିଥିବା ସ୍ୱୀକାର କରିଥିଲେ ।
Comments are closed.