Latest Odisha News

BREAKING NEWS

ଶ୍ୱେତା ଶେୟାର କଲେ ସୁଶାନ୍ତ ଓ ମହାଦେବଙ୍କ ମିଳିତ ଫଟୋ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ସିବିଆଇକୁ ହସ୍ତାନ୍ତର ହେବା ପରେ ପରିବାର ଲୋକ ନ୍ୟାୟ ମିଳିବା ନେଇ ଆଶାବାଦୀ ହୋଇ ଉଠିଛନ୍ତି । ଏହି ଅବସରରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂ କୀର୍ତି ସୋସିଆଲ ସାଇଟରେ ଏପରି ଏକ ଫଟୋ ଶେୟାର କରିଛନ୍ତି ଯାହା ପ୍ରଶଂସକଙ୍କ ମନୋବଳ ବଢ଼ାଇଛି । ସୁଶାନ୍ତ ଏବଂ ଭଗବାନ ଶିବଙ୍କ ଏକ ମିଳିତ ଫଟୋ ଶେୟାର କରିଛନ୍ତି । ଏଥିରେ ଶିବଙ୍କ ଏକ ଆଖି ସୁଶାନ୍ତଙ୍କ ଆଖି ସହ ମିଶୁଛି ।

ଶେୟାର କରିବା ସହ ସେ କ୍ୟାପଶନ ଲେଖି ନ ଥିଲେ ମଧ୍ୟ ୩ଟି ହ୍ୟାଶଟ୍ୟାଗ ଶେୟାର କରିଛନ୍ତି । ସେଗୁଡିକ ହେଲା ହର ହର ମହାଦେବ, ଜଷ୍ଟିସ ଫର ସୁଶାନ୍ତ ଓ ଗଡ ୱିଥ ଅସ । ଏହା ବ୍ୟତୀତ କେଦାରନାଥ ଫିଲ୍ମର ଗୀତର ଏକ ଲିଙ୍କ ମଧ୍ୟ ଛାଡିଛନ୍ତି । ଈଶ୍ୱର ଆମ ସହିତ ଅଛନ୍ତି । ଏଥର ନ୍ୟାୟ ମିଳିବ ବୋଲି ଶ୍ୱେତା ଉଲ୍ଲେଖ କରିଛନ୍ତି ।

Leave A Reply

Your email address will not be published.