Latest Odisha News

BREAKING NEWS

ପଶ୍ଚିମ ଓଡ଼ିଶାରେ ମାଡୁଛି କରୋନା, ଫୋକସରେ S-S-B ଜିଲ୍ଲା

ଭୁବନେଶ୍ୱର: ଦକ୍ଷିଣ ପରେ ପଶ୍ଚିମ ଓଡ଼ିଶାରେ ମାଡ଼ି ମାଡ଼ି ଚାଲିଛି କରୋନା ଚେର । ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ସମ୍ବଲପୁର, ସୁନ୍ଦରଗଡ଼ ଜିଲ୍ଲାରେ ପଜିଟିଭ୍ କେସ ଶତକ ପାର କରିଥିବା ବେଳେ ବରଗଡ଼ ଜିଲ୍ଲାରୁ ୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୭୮ ନୂଆ କରୋନା ଆକ୍ରାନ୍ତ । ଦୁଇ ଜଣଙ୍କର ଜୀବନ ବି ଯାଇଛି । ଏହାକୁ ମିଶାଇ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧୮ ଶହ ୮୨କୁ ବୃଦ୍ଧି ପାଇଛି । ୧୩ରେ ପହଞ୍ଚିଛି ମୃତ୍ୟୁସଂଖ୍ୟା । ସୁସ୍ଥ ହେଲେଣି ୧ ହଜାର ୧୮୨ ଆକ୍ରାନ୍ତ ଓ ଆକ୍ଟିଭ କେସ୍ ରହିଛି ୬୮୪ ।

ସମ୍ୱଲପୁର ଜିଲ୍ଲାରେ ଚଳିତ ସପ୍ତାହରେ ବଢ଼ିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ଶତକ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୦୧ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୩୬କୁ ବୃଦ୍ଧି ପାଇଥିଲା ବେଳେ ଆରୋଗ୍ୟ ଲାଭ କରିଛନ୍ତି ୪୯୪ ଆକ୍ରାନ୍ତ । ଜିଲ୍ଲାରେ ଆକ୍ଟିଭ କେସ୍ ରହିଛି ୩୪୧ । ଜଣେ ମୃତ୍ୟୁବରଣ କରିଛନ୍ତି ।

ଜୁଲାଇ ଶେଷ ସପ୍ତାହ ଓ ଅଗଷ୍ଟ ପ୍ରଥମ ସପ୍ତାହରେ ବରଗଡ଼ ଜିଲ୍ଲାରେ ବଢ଼ିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୮୧ଟି ପଜିଟିଭ୍ କେସ ସାମନାକୁ ଆସିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୫୬୮ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି ୨୦୪ ସଂକ୍ରମିତ । ୩୬୩ ଜଣ ଚିକିତ୍ସାଧୀନ ରହିଥିବା ବେଳେ କରୋନା ନେଇଛି ଜଣଙ୍କର ଜୀବନ ।

ସେହିପରି ବଲାଙ୍ଗିର (୫୫୧), ଝାରସୁଗୁଡ଼ା(୩୫୩), ନୂଆପଡ଼ା(୧୬୧), ବୌଦ୍ଧ (୧୬୨), ସୋନପୁର (୧୨୩) ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ସେସବୁ ଜିଲ୍ଲାରେ ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ଶହେ ଉପରେ ରହିଛି । କେବଳ ଦେବଗଡ ଜିଲ୍ଲାରେ କରୋନା ପଜିଟିଭ୍ କେସ୍ ଶହେ (୯୬) ଭିତରେ ରହିଛି ।

Leave A Reply

Your email address will not be published.