Latest Odisha News

BREAKING NEWS

ରେପୋ ରେଟ୍ ଅପରିବର୍ତ୍ତିତ ରହିଛି: ଆରବିଆଇ ଗଭର୍ଣ୍ଣର

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ଏକପ୍ରକାର ମାନ୍ଦା ହୋଇପଡିଛ । ଏପରି ସମୟରେ ଆରବିଆଇ ଏମପିସି)ର ତୃତୀୟ ତ୍ରୟମାସିକ ବୈଠକ ପରେ ରେପୋ ରେଟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର ସମୀକ୍ଷା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ରେପୋ ରେଟ୍ ୪ ପ୍ରତିଶତ ରହିଥିବା ବେଳେ ରିଭର୍ସ ରେପୋ ରେଟ୍ ୩.୫% ରହିଛି ।

ଆହୁରି ମଧ୍ୟ ସୁନା ଗହଣା ଉପରେ ୯୦% ଗ୍ଲୋଡ୍ ଲୋନ୍ ମିଳିବ । ହେଲେ ଲୋନ୍ ମୋରାଟୋରିୟମ୍ (ଋଣ କିସ୍ତି ଛାଡ) ସମୟ ସୀମା ସମ୍ପର୍କରେ କିଛି ସ୍ପଷ୍ଟ କରିନଥିବା ବେଳେ ଅଗଷ୍ଟ ୩୧ରେ ଏହାର ଅବଧି ଶେଷ ହେବାକୁ ଯାଉଛି ।

ତେବେ ଆଗାମୀ ଦିନରେ ଦେଶରେ ଜିଡିପି ଅଭିବୃଦ୍ଧି ହାର୍ କମି ପାରେ ବୋଲି ଆରବିଆଇ ଗଭର୍ଣ୍ଣର ପ୍ରକାଶ କରିଛନ୍ତି ।

ଅଧିକ ପଢନ୍ତୁ- କମିବ କି ସୁଧହାର, କି ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର?

ଅଧିକ ପଢନ୍ତୁ- ଆରବିଆଇର ନୂଆ ନିୟମ; ସୁନା ଗହଣା ଉପରେ ମିଳିବ ୯୦% ଲୋନ୍‌

Leave A Reply

Your email address will not be published.