Latest Odisha News

BREAKING NEWS

ଆରବିଆଇର ନୂଆ ନିୟମ; ସୁନା ଗହଣା ଉପରେ ମିଳିବ ୯୦% ଲୋନ୍‌

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍ ଯୋଗୁଁ ଭାରତର ଅର୍ଥନୀତି ମାନ୍ଦାବସ୍ଥା ଦେଇ ଗତି କରୁଛି । ଏପରି ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଆଜି ଦିନ ୧୨ଟାରେ ମୁଦ୍ରାନୀତିର ସମୀକ୍ଷା କରିଛନ୍ତି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ।

ବ୍ୟାଙ୍କ ଏବେ ସୁନା ଗହଣା ଉପରେ ୯୦ ପ୍ରତିଶତ ଯାଏଁ ଲୋନ୍ ଦେବ । ଏବେକା ସମୟରେ ସୁନା ଗହଣା ଉପରେ ୭୫% ଲୋନ୍ ପ୍ରଦାନ କରାଯାଉଥିଲା । ଏହି ସୁବିଧା ୨୦୨୧ ମସିହା ମାର୍ଚ୍ଚ ୩୧ ତାରିଖ ଯାଏଁ ଲାଗୁ ରହିବ ବୋଲି ଆରବିଆଇର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ପ୍ରକାଶ କରିଛନ୍ତି ।

କରୋନା ମହାମାରୀ ସମୟରେ ଲୋକମାନେ ଗ୍ଲୋଡ୍ ଲୋନ୍ ଅଧିକ ନେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି।

ସୂଚନାନୁଯାୟୀ ପର୍ସନାଲ୍ ଲୋନ୍ ତୁଳନାରେ ଗ୍ଲୋଡ୍ ଲୋନର ସୁଧ କମ୍ ରହିଥାଏ ।

ଅଧିକ ପଢନ୍ତୁ- କମିବ କି ସୁଧହାର, କି ଘୋଷଣା କରିବେ ଆରବିଆଇ ଗଭର୍ଣ୍ଣର?

Leave A Reply

Your email address will not be published.