Latest Odisha News

BREAKING NEWS

ଓଡିଶାରୁ ସୁସ୍ଥ ହେଲେ ଆଉ ୧୧୫୦ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୧୫୦ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଯାହାକୁ ମିଶାଇ ମୋଟ ସୁସ୍ଥ ସଂଖ୍ୟା ୨୬,୮୮୭ ରହିଛି ।

ସୁସ୍ଥ ହୋଇଥିବା ୧୧୫୦ ଜଣଙ୍କ ମଧ୍ୟରୁ ୨୯୦ ଜଣ ଗଞ୍ଜାମରୁ, ୧୯୭ ଜଣ ଖୋର୍ଦ୍ଧା, ୧୨୧ ଜଣ ରାୟଗଡାରୁ, ୭୬ ଜଣ ସୁନ୍ଦରଗଡରୁ, ୪୭ ଜଣ ଯାଜପୁରରୁ, ୪୫ ଜଣ କୋରାପୁଟରୁ, ୪୪ ଜଣ କଟକରୁ, ୪୦ ଜଣ ପୁରୀରୁ, ୩୫ ଜଣ ନୟାଗଡରୁ, ୩୩ ଜଣ କେନ୍ଦୁଝରରୁ, ୨୫ ଜଣ ବାଲେଶ୍ୱରରୁ, ୨୫ ଜଣ କଳାହାଣ୍ଡିରୁ, ୨୪ ଜଣ ମୟୁରଭଞ୍ଜରୁ, ୨୩ ଜଣ ସମ୍ବଲପୁରରୁ, ୨୨ ଜଣ ବଲାଙ୍ଗିରରୁ, ୧୫ ଜଣ ଭଦ୍ରକରୁ, ୧୪ ଜଣ କନ୍ଧମାଳରୁ, ୧୧ ଜଣ ଜଗତସିଂହପୁରରୁ, ୧୧ ଜଣ କେନ୍ଦ୍ରାପଡାରୁ, ୧୦ ଜଣ ମାଲକାନଗିରିରୁ, ୮ ଜଣ ନୂଆପଡାରୁ, ୭ ଜଣ ବରଗଡରୁ, ୬ ଜଣ ଢେଙ୍କାନାଳରୁ, ଅନୁଗୁଳ ଓ ସୋନପୁରରୁ ୫ ଜଣ, ବୌଦ୍ଧରୁ ୨, ନବରଙ୍ଗପୁରରୁ ୧, ଗଜପତି ଓ ଝାରସୁଗୁଡାରୁ ୪ ଜଣ ଲେଖାଏଁ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

ଉଲ୍ଲେଖଯୋଗ୍ୟ, ଓଡିଶାରେ ମୋଟ୍ ୪୦,୭୧୭ଟି କରୋନା ମାମଲା ରହିଥିବା ବେଳେ ମୋଟ୍ ୨୬,୮୮୭ ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏଥିସହିତ ୨୩୫ ଜଣ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.