Latest Odisha News

BREAKING NEWS

୧୦୦ ଅରବ ଡଲାର ବ୍ୟବସାୟୀଙ୍କ ତାଲିକାରେ ସାମିଲ ହେଲେ ମାର୍କ ଜୁକରବର୍ଗ

ନ୍ୟୁୟର୍କ: ଫେସବୁକ ସଂସ୍ଥାପକ ମାର୍କ ଜୁକରବର୍ଗ ପ୍ରଥମ ଥର ପାଇଁ ୧୦୦ ଅରବଲ ଡଲାର ବ୍ୟବସାୟୀ କ୍ଲବରେ ସାମିଲ ହୋଇଛନ୍ତି । ବିଶ୍ୱର ୩ୟ ବ୍ୟବସାୟୀ ଭାବେ ସେ ଏହି ଗୌରବ ହାସଲ କରିଛନ୍ତି । ପୂର୍ବରୁ କେବଳ ଆମେଜନର ଜେଫ ବେଜୋସ ଓ ମାଇକ୍ରୋସଫ୍ଟର ବିଲ ଗେଟ୍ସ ଏହି କ୍ଲବରେ ସାମିଲ ହୋଇ ସାରିଛନ୍ତି । ଫେସବୁକ ଶେୟାର ନିକଟରେ ୭ ପ୍ରତିଶତ ବଢ଼ି ୨୬୬.୬ ଡଲାରରେ ପଂହଚିଥିଲା । ଏହା ଦ୍ୱାରା ତାଙ୍କର ୨୨ ଅରବ ଡଲାର ଫାଇଦା ହୋଇଛି ।

ମାର୍କେଟରେ ଟିକଟକ ଚାହିଦା କମିବା ଯୋଗୁ ଏହାର ଫାଇଦା ସିଧାସଳଖ ଫେସବୁକକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଟ୍ୟାସେଂଟ ହୋଲ୍ଡିଂ ସିଇଓ ପୋନୀ ମାଙ୍କ ସମ୍ପତି ୧୭ରୁ ଅରବରୁ ୫୫ ଅରବ ଏବଂ ପିନଡୁଓଡୁଓଙ୍କ ୧୩ରୁ ୩୨ ଅରବ ଡଲାରରେ ପଂହଚିଛି ।

Leave A Reply

Your email address will not be published.