Latest Odisha News

BREAKING NEWS

କେରଳ ଭୂସ୍ଖଳନରେ ୧୫ ମୃତ, ୫୦ରୁ ଅଧିକ ନିଖୋଜ

କୋଚି: ପ୍ରବଳ ବର୍ଷା ଯୋଗୁ କେରଳ ଇଦୁକି ଜିଲ୍ଲାରେ ଭୂସ୍ଖଳନ ହୋଇଛି । ରାଜମଲାଈ ଅଞ୍ଚଳରେ ହୋଇଥିବା ଭୂସ୍ଖଳନରେ ୧୫କୁ ବୃଦ୍ଧି ପାଇଛି ମୃତ୍ୟୁ ସଂଖ୍ୟା । କିଛି ଆହତ ହୋଇଛନ୍ତି । ୫୦ରୁ ଅଧିକ ନିଖୋଜ ଅଛନ୍ତି । ଘଟଣାସ୍ଥଳରେ ଜାରି ରହିଛି ଉଦ୍ଧାର କାମ । ନିୟୋଜିତ ଅଛନ୍ତି ଏନଡିଆରଏଫ୍ ଟିମ୍ ।

ଗତ ଦୁଇ ଦିନ ହେବ ଇଦୁକି ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । କୁହାଯାଉଛି ଗତକାଲି ରାତିରେ ଭୂସ୍ଖଳନ ହୋଇଛି । ପ୍ରବଳ ବର୍ଷା ଓ ପାହାଡ଼ରୁ ମାଟି ଅତଡ଼ା ଧସିବା ଯୋଗୁ ଧୋଇ ଯାଇଛି ପୂରା ଅଞ୍ଚଳ । ମୃତାହତମାନେ ଅଧିକାଂଶ ଶ୍ରମିକ ଶ୍ରେଣୀର ଲୋକ ଓ ତାମିଲନାଡୁର ବାସିନ୍ଦା ବୋଲି କୁହାଯାଉଛି ।

ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

ସେହିପରି କେରଳ ମୁଖ୍ୟମନ୍ତ୍ରୀ ପିନରାଈ ବିଜୟନ୍ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି । ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

Leave A Reply

Your email address will not be published.