Latest Odisha News

BREAKING NEWS

ଅଶୁଭ ୨୦୨୦, ଗୁଜରାଟରେ ଭୟଙ୍କର ଅଗ୍ନିକାଣ୍ଡ !

ଗୁଜରାଟ: ଅଶାନ୍ତ ୨୦୨୦ରେ ଉଠିଲା ଆଉ ଏକ ଜୁଆର । ଗୁଜରାଟ ଭଲସାଦ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଆଜି ଅପରାହ୍ନରେ ଭାପି ସହରର ଭଲସାଦ୍‌ରେ ଏକ କେମିକାଲ୍ ଫ୍ୟାକ୍ଟ୍ରି ଅଜଣା କାରଣରୁ ନିଆଁ ଘେରରେ ଫସି ରହିଛି । ଘଟଣାସ୍ଥଳରେ ୮ଟି ଦମକଳ ଗାଡି ନିଆଁ ଲିଭାଇବାରେ ନିୟୋଜିତ ହୋଇଛନ୍ତି ।

ଏହି ଛାତି ଥରାଇଦେଲାଭଳି ଦୃଶ୍ୟରେ ଅଗ୍ନିକାଣ୍ଡର ଭୟାବହତା ସ୍ପଷ୍ଟ ଅନୁମାନ କରାଯାଇପାରେ । ଅଗ୍ନିକାଣ୍ଡରେ ମୃତାହତଙ୍କ କୌଣସି ସୂଚନା ମିଳିପାରିନାହିଁ । ତେବେ ଫ୍ୟାକ୍ଟ୍ରିରେ କିପରି ଅଗ୍ନି ସଂଯୋଗ ହେଲା ତାହା ଏ ପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.