Latest Odisha News

BREAKING NEWS

‘ତେଜରାତି ଓ ପରିବା ଦୋକାନୀଙ୍କ ହେବ କୋଭିଡ ଟେଷ୍ଟ’

ନୂଆଦିଲ୍ଲୀ: ଏଣିକି ପରିବା ଓ ତେଜରାତି ଦୋକାନୀଙ୍କ ହେବ କୋଭିଡ ଟେଷ୍ଟି । କେବଳ ଏ ଦୁଇ ଦୋକାନୀଙ୍କ ନୁହେଁ ଫଳ ଦୋକାନୀଙ୍‌କ ସମେତ ଅନ୍ୟ ସୋକନୀଙ୍କ ମଧ୍ୟ କରୋନା ପରୀକ୍ଷା ହେବ । ଏନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରମାନଙ୍କୁ କହିଛନ୍ତି ।

ଏମାନଙ୍କ ସଂସ୍ପର୍ଶରେ ପ୍ରତିଦିନ ଅନେକ ସାଧାରଣ ଲୋକ ଆସୁଥିବାରୁ ଏମାନେ ଯଦି ସଂକ୍ରମିତ ହେବେ ତେବେ ଅନେକ ଲୋକ ସଂକ୍ରମିତ ହୋଇଯିବେ । ଏଣୁ ଏମାନଙ୍କ କରୋନା ପରୀକ୍ଷା ଜରୁରୀ ବୋଲି ସରକାର ମନେ କରୁଛନ୍ତି । ଆଇସିଏମଏର ପକ୍ଷରୁ ଜାରି ଗାଇଡଲାଇନରେ ମଧ୍ୟ ଏହା ଉପରେ ଗୁରୁତ୍ୱ ଦିଆଯାଇଛି ।

ଏ ସଂପର୍କରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୁଷଣ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ମାନଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ନିଜ ପତ୍ରରେ ସେ ଆମ୍ବୁଲାନ୍ସ ବ୍ୟବସ୍ଥାକୁ ଆହୁରି ସୁଦୃଢ କରିବା, ସେଥିରେ ଅକ୍ସିଜେନ ସିଲିଣ୍ଡର ରଖିବା ଆଦି ନିଶ୍ଚିତ କରିବାକୁ କହିଛନ୍ତି । ସବୁ ଗୁରୁତର ରୋଗୀଙ୍କୁ ଯେପରି ଆମ୍ବୁଲାନ୍ସ ସେବା ମିଳିପାରିବ ତାହା ନିଶ୍ଚିତ କରିବା ଉପରେ ସେ ଜୋର୍ ଦେଇଛନ୍ତି ।

Leave A Reply

Your email address will not be published.