Latest Odisha News

BREAKING NEWS

ବ୍ରିଟିଶ ଗବେଷକଙ୍କ ମତରେ ଅଧିକ ଚାଉଳ ସେବନ ମୃତ୍ୟୁର କାରଣ ହୋଇପାରେ

ନୂଆଦିଲ୍ଲୀ: ଅଧିକ ଚାଉଳ ସେବନ କରିବା ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ବ୍ରିଟିଶ ଗବେଷକମାନେ କହିଛନ୍ତି । ଚାଉଳରେ ଥିବା ଆର୍ସେନିକ୍ ମୃତ୍ୟୁର କାରଣ ସାଜିପାରେ ବୋଲି ସେମାନେ ସତର୍କ କରାଇଛନ୍ତି । ବ୍ରିଟେନର ମାଂଚେଷ୍ଟର ଓ ସଲଫର୍ଡ ୟୁନିଭରସିଟି ପକ୍ଷରୁ ମିଳିତ ଭାବେ ଏ ନେଇ ଗବେଷଣା କରାଯାଇଥିଲା । ଏହି କାରଣ ଯୋଗୁ ବିଶ୍ୱରେ ପ୍ରତିବର୍ଷ ୫୦ ହଜାରରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରୁଛନ୍ତି ।

ଚାଉଳରେ ଥିବା ଆର୍ସେନିକ୍ ହୃଦରୋଗର ପ୍ରମୁଖ କାରଣ ସାଜୁଛି । ଭାରତର ବିହାର ଓ ଉତରପ୍ରଦେଶର ଗ୍ରାମୀଣ ଅଂଚଳରେ ଲୋକମାନେ ଚାଉଳ ଅତ୍ୟଧିକ ଖାଉଥିବାରୁ ଏହା ସେମାନଙ୍କୁ ରୋଗଗ୍ରସ୍ତ କରାଇପାରେ ବୋଲି ଗବେଷକମାନେ କହିଛନ୍ତି । ତେବେ ବାସୁମତି ଚାଉଳରେ ଏହି ବିପଦ କମ୍ ରହିଛି ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.