Latest Odisha News

BREAKING NEWS

ଏଥର ଧୁମଧାମରେ ପାଳନ ହେବନି ଗଣେଶ ପୂଜା

କଟକ: ଏଥର କଟକରେ ଫିକା ପଡିବ ଗଣେଶ ପୂଜା । କରୋନା ମହାମାରୀ ଯୋଗୁଁ ଧୁମଧାମରେ ପାଳନ ହେବନି ଅଗ୍ରପୂଜ୍ୟଙ୍କ ପୂଜା । କେବଳ ନିରାଡମ୍ବର ଭାବେ ପୂଜା ପାଇବେ ବିଘ୍ନହର୍ତା ବିଘ୍ନେଶ । ଯେଉଁମାନେ ଚାହିଁବେ ଘରେ ଗଣେଶ ପୂଜା କରିପାରିବେ । କେବଳ ସେତିକି ନୁହେଁ ସର୍ବସାଧାରଣ ସ୍ଥାନରେ ମଧ୍ୟ ଗଣେଶ ପୂଜା ହୋଇପାରିବ ନାହିଁ ।

ସେହିପରି ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଦୁର୍ଗା ପୂଜା ହେବ । ପୂଜା କମିଟି ସହ ପ୍ରଶାସନିକର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି । ସେହିପରି ମା’ ଦୁର୍ଗାଙ୍କ ମୂର୍ତ୍ତି ପାଇଁ ମାଟି ଆଣିବା ମଧ୍ୟ ନିରାଡମ୍ବର ହେବ । ବିନା ଶୋଭାଯାତ୍ରାରେ ପ୍ରତି କମିଟିର ୪ ଜଣ ଯାଇ ମାଟି ଆଣିବେ । ଏନେଇ ଆଜି ବୈଠକରେ ନିଷ୍ପତ୍ତି ହେବା ପରେ କଟକ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.