Latest Odisha News

BREAKING NEWS

ଆନ୍ଧ୍ର କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି, ଅନୁକମ୍ପା ସହାୟତା ଘୋଷଣା

ବିଜୟଓ୍ୱାଡା: ଆନ୍ଧ୍ରପ୍ରଦେଶରେ କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତ୍ୟୁସଂଖ୍ୟା ୧୦କୁ ବୃଦ୍ଧି ପାଇଛି । ୨୦ରୁ ଅଧିକ କରୋନା ଆକ୍ରାନ୍ତ ଏବେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

କେମିତି ଓ କେଉଁ ପରିସ୍ଥିତିରେ କୋଭିଡ୍ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଲା ? ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି । ଆହତଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା ଦେବାକୁ ଘୋଷଣା କରିଛନ୍ତି ।

ବିଜୟଓ୍ୱାଡା କୋଭିଡ୍ କେୟାର ସେଣ୍ଟର ଅଗ୍ନିକାଣ୍ଡରେ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହାସହ ସହୟତା ଯୋଗାଇ ଦେବା ନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ଆଜି ସକାଳ ପାଖାପାଖି ୫ଟା ବେଳେ ବିଜୟଓ୍ୱାଡା ସ୍ଥିତ ହୋଟେଲ ସ୍ୱର୍ଣ୍ଣ ପ୍ୟାଲେସରେ ନିଆଁ ଲାଗିଥିଲା । ଏହି ହୋଟେଲକୁ କୋଭିଡ୍ କେୟାର ସେଣ୍ଟର କରାଯାଇଥିଲା । ସେଠାରେ ୩୦ ଜଣ କରୋନା ରୋଗୀ ଓ ୧୦ ଜଣ ହସ୍ପିଟାଲ କର୍ମଚାରୀ ରହିଥିଲେ ।

Leave A Reply

Your email address will not be published.