Latest Odisha News

BREAKING NEWS

ଚିନ୍ତା ବଢ଼ାଇଲା କଟକର କଂଟେନମେଂଟ ଜୋନ୍‌, ପୁଣି ଆଉ ୩୨ ଚିହ୍ନଟ

କଟକ: ଆଜି କଟକରୁ ପୁଣି ଆଉ ନୂଆ ୧୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କେବଳ ମାଗୋଦାମ, ବେହେରା ସ।।ହି ଓ ଜଲୁଆ ସାହି କଂଟେନମେଂଟ ଜୋନ୍‌ରୁ ୩୨ ଜଣ ଆକ୍ରାନ୍ତ ଅଛନ୍ତି । ଏହି ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୨୧ ଜଣ ପୁରୁଷ ଥିବା ବେଳେ ଅଛନ୍ତି ୧୧ ଜଣ ମହିଳା ।

ସେହିପରି କଟକ ସହରରୁ ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୫୯ ଜଣ ସଂଗରୋଧରୁ ଥିବା ବେଳେ ୩୧ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମଣ। ଆଜି ସଂଗରୋଧରୁ ମୋଟ ୫୯ ଜଣ କରୋନା ପଜିଟିଭ ଙ୍କ ମଧ୍ୟରେ ୪ ଜଣ କୋଭିଡ ଯୋଦ୍ଧାଙ୍କ ସମେତ ୧୧ ଜଣ ସରକାରୀ ସଂଗରୋଧରୁ ଆକ୍ରାନ୍ତ ହୋଇଛନ୍ତି। ଏସ୍‌ସିବି ଆଇସୋଲେସନରୁ ୨ କୋଭିଡ ଯୋଦ୍ଧା ସମେତ ୫ ଜଣ ଓ ସହରର ଅନ୍ୟ ସ୍ଥାନରୁ ୨ କୋଭିଡ ଯୋଦ୍ଧା ସମେତ ୬ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି।

ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ୧୬ ଜଣ କେବଳ ଓଏସ୍‌ଏପି ୬ଷ୍ଠ ବାଟାଲିଅନର ୧୬ ଜଣ କର୍ମଚାରୀ। ୧୦ ଜଣ ତେଲେଙ୍ଗା ବଜାର, ୭ ଜଣ ମାଛୁଆ ବଜାର, ୪ ଜଣ ସାମନ୍ତ ସାହି, ମଙ୍ଗଳବାଗ, ମଧୁପାଟଣାରୁ ୩ ଜଣ ଲେଖାଏଁ, ସିଡିଏ ସେକ୍ଟର-ବିରୁ ୨ ଜଣ ଓ ରାଜାବଗିଚା, ଷଣ୍ଢପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, କଟକ ସହରରେ ଏବେ ସୁଦ୍ଧା ୧୬୪୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିରୁ ୮୧୪ ଜଣ ସୁସ୍ଥ ହୋଇଛନ୍ତି। ୧୦ ଜଣଙ୍କର ମୃତ୍ୟୁ ହୋଇଛି। ୮୪୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି।

Leave A Reply

Your email address will not be published.