Latest Odisha News

BREAKING NEWS

ସ୍ୱାଧୀନତା ଦିବସରେ ନ୍ୟୁୟର୍କ ଟାଇମ୍ସ ସ୍କୋୟାରରେ ଉଡ଼ିବ ତ୍ରିରଙ୍ଗା

ନ୍ୟୁୟର୍କ: ଅଗଷ୍ଟ ୧୫ ତାରିଖ ସ୍ୱାଧୀନତା ଦିବସରେ ନ୍ୟୁୟର୍କ ସହରର ଟାଇମ୍ସ ସ୍କୋୟାରରେ ଉଡ଼ିବ ଭାରତର ଜାତୀୟ ପତାକା । ପ୍ରଥମ ଥର ପାଇଁ ନ୍ୟୁୟର୍କ ସହରର ଏହି ବିଶେଷ ସ୍ଥାନରେ ଫର ଫର ହୋଇ ଉଡ଼ିବ ତ୍ରିରଙ୍ଗା । ଆମେରିକାର ଗୋଟିଏ ଗ୍ରୁପ ତ୍ରିରଙ୍ଗା ଉଡ଼ାଇବା ନେଇ ଘୋଷଣା କରିଛି ।

ତିନିଟି ରାଜ୍ୟ ନ୍ୟୁୟର୍କ, ନ୍ୟୁ ଜର୍ସି ଓ ଏଏଫଆଇଏ ପକ୍ଷରୁ ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ଅଗଷ୍ଟ ୧୫ ତାରିଖରେ ପ୍ରଥମ ଥର ଟାଇମ୍ସ ସ୍କୋୟାରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚାଯିବ ।

India Disputed Temple

ଏହାପୂର୍ବରୁ ଗତ ୫ ତାରିଖରେ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ନିର୍ମାଣର ଶିଳାନ୍ୟାସ ଅବସରରେ ଟାଇମ୍ସ ସ୍କୋୟାରରେ ପ୍ରଭୁ ଶ୍ରୀରାମ ଓ ରାମମନ୍ଦିରର 3-D ଫଟୋ ପ୍ରଦର୍ଶିତ କରାଯାଇଥିଲା ।

Leave A Reply

Your email address will not be published.