Latest Odisha News

BREAKING NEWS

ଭାଇ ସାଜିଲା ଭଗାରି, ବଡଭାଇ ଓ ୪ ବର୍ଷର ପୁତୁରାକୁ ଟାଙ୍ଗିଆରେ ହାଣି ହତ୍ୟା

କୁଚିଣ୍ଡା: କୁଚିଣ୍ଡା ଗୋବିନ୍ଦ ପୁର ଥାନା ତାଳଡିହାରେ ଡବଲ ମର୍ଡର ହୋଇଛି । ବଡଭାଇ, ପୁତୁରା ଓ ଭାଉଜକୁ ଟାଙ୍ଗିଆରେ ହାଣିଦେଇଛି ସାନଭାଇ । ଟାଙ୍ଗିଆରେ ହାଣିବା ପରେ ସେମାନଙ୍କୁ ନିକଟସ୍ଥ ଅଙ୍ଗନୱାଡି ପାଇଖାନାରେ ଫିଙ୍ଗି ଦେଇଛି । ପାଇଖାନା ଟାଙ୍କିରୁ ବଡଭାଇ ଓ ପୁତୁରରା ମୃତଦେହକୁ ଉଦ୍ଧାର କରାଯାଇଛି । ଭାଉଜକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୁନ୍ଦରଗଡ କରାଯାଇଛି । ଅଭିଯୁକ୍ତକୁ ଗୋବିନ୍ଦପୁର ପୁଲିସ ଅଟକ ରଖିଛି ।

ସୂଚନା ମୁତାବକ, ଗିକାଲି ସମସ୍ତେ ଶୋଇଥିବା ବେଳେ ସାନ ଭାଇ ମରଣାନ୍ତକ ଆକ୍ରମଣ କରିଥିଲା । ଏଥବରେ ବଡ ଭାଇ ଓ ୪ ବର୍ଷର ପୁତୁରାର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା । ତେବେ ଆଶ୍ଚର‌୍ୟ୍ୟଜନକ ଭାବରେ ଭାଉଜ ଦୁଇଦିନ ଟାଙ୍କିରେ ପଡି ରହିବା ସତ୍ତ୍ୱେ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣା ପ୍ରଘଟ ହେବା ପରେ ପୁଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.