Latest Odisha News

BREAKING NEWS

ଗିରଫ ହେଲେ କୋଟିପତି ଡିଏଫ୍‌ଓ

ଭୁବନେଶ୍ୱର: ଗିରଫ ହେଲେ କୋଟିପତି ଡିଏଫଓ । ଆୟ ବହିର୍ଭତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଲିକା ୱାଇଲ୍ଡ ଲାଇଫ୍ ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କୁ ଭିଜିଲାନ୍ସ ଗିରଫ କରିଛି । ବର୍ତ୍ତମାନ ସୁଦ୍ଧା ତାଙ୍କ ଠାରୁ ୧ କୋଟି ୩୨ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। ଡିଏଫ୍‌ଓଙ୍କ ସମ୍ପତ୍ତି ନେଇ ଅଧିକ ଅନୁସନ୍ଧାନ ଚଳାଇଛି ଭିଜିଲାନ୍ସ ।

ସୋମବାର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚିଲିକା ୱାଇଲ୍ଡ ଲାଇଫ୍‌ ଡିଭିଜନ୍‌ର ଡିଏଫ୍‌ଓ ଆଲୋକ ରଞ୍ଜନ ହୋତାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଭୁବନେଶ୍ବର ଭିଜିଲାନ୍ସ ଟିମ୍‌ ଜଗତସିଂହପୁର ଚାଷୀଖଣ୍ଡ ଗାଁ ସ୍ଥିତ ପୈତୃକ ଘର, ଚନ୍ଦ୍ରଶେଖରପୁର ଘର, ବରମୁଣ୍ଡାରେ ସମ୍ପର୍କୀୟଙ୍କ ଘର, ବାଲୁଗାଁ ଅଫିସ୍‌କୁ ମିଶାଇ ମୋଟ ୬ଟି ସ୍ଥାନରେ ଚଢ଼ଉ କରିଥିଲା । ଚଢ଼ଉ ସମୟରେ ୧ କୋଟି ୩୨ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ ।

Leave A Reply

Your email address will not be published.