Latest Odisha News

BREAKING NEWS

କଟକରେ କମିଲା ସ୍ଥାନୀୟ ସଂକ୍ରମଣ, ସିଏମ୍‌ସିରୁ ୭୩ ପଜିଟିଭ

କଟକ: କଟକ ସହରରେ କାୟା ମେଲାଇଛି ମହାମାରୀ କରୋନା । ଦିନକୁ ଦିନ ଏଠି ବଢ଼ୁଛି ସଂକ୍ରମଣ । ତେବେ ଆଜି ପୁଣି ସିଲଭର ସିଟିରୁ ଆଉ ୭୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ମଧ୍ୟ କମିଛି ।

ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୮ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୫ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ରେଣ୍ଟାଇନରେ ଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩ଜଣ କଣ୍ଟେନମେଣ୍ଟ ଜୋନର ଥିବା ବେଳେ ୧୩ଜଣ ସରକାରୀ କ୍ୱାରେଣ୍ଟାଇନ ଓ ୧୨ଜଣ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ସ୍ଥାନୀୟ ସଂକ୍ରମିତ ହେଲେ ବକ୍ସିବଜାରର ୩୧ ବର୍ଷୀୟ ଯୁବକ, ୨୮ ବର୍ଷୀୟ କରୋନା ଯୋଦ୍ଧା, କାଠଗଡା ସାହିର ୩୧ ବର୍ଷୀୟ ଯୁବତୀ ଓ ୭୫ ବର୍ଷୀୟ ବୃଦ୍ଧ, ବିକାଶ ନଗରର ୫୦ ବର୍ଷୀୟ ବ୍ୟକ୍ତି । ଏନେଇ ଆଜି ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

କଟକ ସହରରେ ଏବେସୁଦ୍ଧା ୧୭୯୪ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୯୧୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ୧୦ ଜଣ ପ୍ରାଣ ହରାଇଥିବା ବେଳେ ୮୭୦ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.