Latest Odisha News

BREAKING NEWS

୮,୭୨୨.୩୮ କୋଟି ଟଙ୍କାର ଅତ୍ୟାଧୁନିକ ଉପକରଣ କ୍ରୟକୁ ପ୍ରତିରକ୍ଷା ବିଭାଗର ଅନୁମୋଦନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଭାରତ ସରକାର ମଙ୍ଗଳବାର ୧.୨ ବିଲିୟନ ଡଲାର(୮,୭୨୨.୩୮ କୋଟି ଟଙ୍କା)ର ପ୍ରତିରକ୍ଷା ସାମଗ୍ରୀ କିଣିବା ପାଇଁ ଅନୁମୋଦନ ଦେଇଛି । ମାସକ ମଧ୍ୟରେ ୫.୫ ବିଲିୟନ ଡଲାର ଭାରତ ଏ ବାବଦକୁ ଅନୁମୋଦନ ଦେଇଛି।  କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି)ର ଏକ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଆଇଏଏଫ୍‌ ପାଇଁ ୧୦୬ଟି ପ୍ରଶିକ୍ଷଣ ବିମାନ ସମେତ ଆନୁମାନିକ ୮,୭୨୨.୩୮ କୋଟି ଟଙ୍କା ମୂଲ୍ୟର ପ୍ରତିରକ୍ଷା ଉପକରଣ କ୍ରୟକୁ ଡିଏସି ଅନୁମୋଦନ କରିଛି ।

ଏଥିରେ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ୍ (ହାଲ୍‌) ଦ୍ୱାରା ବିକଶିତ ୧୦୬ଟି ବେସିକ୍ ଟ୍ରେନର ଏୟାରକ୍ରାଫ୍ଟ କ୍ରୟ ପାଇଁ ଅନୁମୋଦନ ମିଳିଛି । ଏତଦ୍‌ବ୍ୟତୀତ ଭାରତୀୟ ନୌସେନାର ଅଗ୍ନି ଶକ୍ତିରେ ଉନ୍ନତି ଆଣିବା ପାଇଁ, ଡିଏସି ସୁପର ରାପିଡ୍ ଗନ୍ ମାଉଣ୍ଟ (ଏସ୍‌ଆରଜିଏମ୍‌)ର ଅତ୍ୟାଧୁନିକ ସଂସ୍କରଣର କ୍ରୟକୁ ମଧ୍ୟ ଅନୁମୋଦନ ଦେଇଛି।

Leave A Reply

Your email address will not be published.