Latest Odisha News

BREAKING NEWS

‘ରାଜ୍ୟରେ ଦିନକୁ ହେବ ଲକ୍ଷେ ଟେଷ୍ଟ’

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟରେ ବଢ଼ିବ ଟେଷ୍ଟ ସଂଖ୍ୟା । ଦିନକୁ ଏକ ଲକ୍ଷ ନମୁନା ପରୀକ୍ଷା କରିବାକୁ ଲକ୍ଷ୍ୟ ରଖାଯାଇଛି । ରାପାଡ ଆଂଟିଜେନ୍ ଟେଷ୍ଟ ମଧ୍ୟ ବଢ଼ିବ । ଏନେଇ ଆଜି ଆଇଏଲ୍‌ଏସ୍ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ଦେଇଛନ୍ତି ।

ଭୁବନେଶ୍ୱରର ବିଭିନ୍ନ କର୍ପୋରେସନରେ ଟେଷ୍ଟ ହେବ । ଶୀଘ୍ର ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇ ଆଇସୋଲେଟ କରାଯିବ । ରାପିଡ଼ ଆଣ୍ଟିଜେନ ଟେଷ୍ଟକୁ ଗୁରୁତ୍ୱ ଦିଆଯାଉଛି । ଅଧିକାଂଶ କମ୍ପାନି କିଟ୍ ପ୍ରସ୍ତୁତ କରୁଥିବାରୁ କିଟର ଅଭାବ ମଧ୍ୟ ନାହିଁ । ଅନ୍ୟ ରାଜ୍ୟ ତୁଳନାରେ ମୃତ୍ୟୁ ସଂଖ୍ୟା କମ୍ ରହିଛି ବୋଲି ସେ କହିଛନ୍ତି । ଏହାସହ ଅନ୍ୟପଟେ ଭ୍ୟାକସିନ ପାଇଁ କାମ ଚାଲିଛି ।

Leave A Reply

Your email address will not be published.