Latest Odisha News

BREAKING NEWS

ଲେବାନନ ବିସ୍ଫୋରଣ ପରେ ଆଗୁଆ ସଜାଗ ହେଲେ ସରକାର, ସବୁ ଫ୍ୟାକ୍ଟ୍ରିର ମାଗିଲେ ତଥ୍ୟ

ଭୁବନେଶ୍ୱର: ଲେବାନନର ଭୟଙ୍କର ବିସ୍ଫୋରଣ ଘଟଣା ପରେ ସଜାଗ ହୋଇଛନ୍ତି ରାଜ୍ୟ ସରକାର । ସବୁ ଫ୍ୟାକ୍ଟ୍ରିକୁ ଚିଠି ଲେଖିଛନ୍ତି ଫ୍ୟାକ୍ଟ୍ରି ଏଣ୍ଡ ବଏଲର ନିର୍ଦ୍ଦେଶକ । ଫ୍ୟାକ୍ଟ୍ରିରେ ନିରାପତ୍ତା ଓ ସୁରକ୍ଷା ପାଇଁ ପଦ କ୍ଷେପ ନେବାକୁ ନେବାକୁ ଏଥିରେ କୁହାଯାଇଛି । ଫ୍ୟାକ୍ଟିରେ ବିସ୍ଫୋରକ ସାମଗ୍ରୀ କେତେ ରହିଛି, ଇନ୍ଧନ ଜାତୀୟ ସାମଗ୍ରୀ କେତେ ରହିଛି ତାହାର ତଥ୍ୟ ଦେବାକୁ ଚିଠିରେ କୁହାଯାଇଛି ।

ଗତ ୪ ତାରିଖରେ ଲେବାନନରେ ବଡ ବିସ୍ଫୋରଣ ହୋଇଥିଲା । ଏଥିରେ ୭୦ ଜଣ ପ୍ରାଣ ହରାଇଥିଲେ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ପ୍ରାୟ ଶହେ ମିଟର ଉପରକୁ ଉଠି ଯାଇଥିଲା ସମୁଦ୍ରର ପାଣି । ଏହି ବିସ୍ଫୋରଣ ପରେ ପରେ ଲେବାନନରେ ଜରୁରୀ ସ୍ଥିତି ଜାରି ହୋଇଛି ।

Leave A Reply

Your email address will not be published.