Latest Odisha News

ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବାକୁ ଓଟିଡିସିର ଉଦ୍ୟମ

ଭୁବନେଶ୍ୱର: ରାଜ୍ୟରେ ପର୍ଯ୍ୟଟନ ଶିଳ୍ପକୁ କ୍ରିୟାଶୀଳ କରିବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ପକ୍ଷରୁ   ଗୁରୁବାର ଦିନ ବିଜ୍ଞାପନ ଜାରି କରାଯାଇଛି।

ଓଟିଡିସି ଦ୍ୱାରା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଥିବା ଏହି ବିଜ୍ଞାପନ ଗୁଡ଼ିକରେ ମୁଖ୍ୟତଃ ଓଡ଼ିଶାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଓ ସେଠାର ସୌନ୍ଦର୍ଯ୍ୟ ପ୍ରତି ପର୍ଯ୍ୟଟକଙ୍କୁ ଆକୃଷ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି।

ଏସବୁ ବିଜ୍ଞାପନରେ ପାନ୍ଥନିବାସରେ ରହିବା ନିମନ୍ତେ ରୁମ୍ ବୁକିଂ, ଓଡ଼ିଶା ଭ୍ରମଣ ପାଇଁ ଟୁର ପ୍ୟାକେଜ , ବିବାହ ପାଇଁ ଡେଷ୍ଟିନେସନ ୱେଡିଂ, ଏୟାର ଟିକେଟିଂ ଓ ହସ୍ପିଟାଲିଟିକୁ ସାମିଲ କରାଯାଇଛି।

 

ଏସବୁ ବିଜ୍ଞାପନ ମାଧ୍ୟମରେ ଓଟିଡିସି ନିଜର ବ୍ୟବସାୟକୁ ସକ୍ରିୟ କରିବା ସହ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖାଯାାଇଛି।

Leave A Reply

Your email address will not be published.