ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲା ହାଲ୍ ବେହାଲ୍ । ଚାରି ଦିନ ହେବ ବର୍ଷା ଲାଗି ରହିଥିବାରୁ ବନ୍ୟା ପରିସ୍ଥିତି ଲାଗି ରହିଛି । ପାଙ୍ଗମ, ପୋଟେରୁ, କାଙ୍ଗରକୋଣ୍ଡା, ଏମଭି-୩୭ ପୋଲ ଉପରେ ବର୍ଷା ପାଣି ପ୍ରବାହିତ ହେଉଛି ।
ପୋଟେରୁ ନଦୀ ପୋଲ ଉପରେ ପ୍ରବାହିତ ହେଉଛି ୩ ଫୁଟ ବନ୍ୟା ପାଣି । ମାଲକାନଗିରି-କାଲିମେଳା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପାଙ୍ଗାମ ପୋଲ ଉପରେ ବି ବହୁଛି ୩ ଫୁଟ ପାଣି । ମାଲକାନଗିରିରୁ ବାଲିମେଳା ଓ ଜୟପୁରକୁ ଯୋଗାଯୋଗ ଠପ୍ ।
ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ବହୁ ଗାଁ ଜଳବନ୍ଦୀ । ଲଗାଣ ବର୍ଷାରେ ମାଟିଝାଟିର ଘର ଭାଙ୍ଗି ଯାଇଥିବା ସୂଚନା ମିଳିଛି । ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଉଦ୍ଧାର ପାଇଁ ପଦକ୍ଷେପ ନିଆଯାଉଛି ।
Comments are closed.