Latest Odisha News

BREAKING NEWS

ରାଜ୍ୟରେ ୫୦ ହଜାର ପାର୍ କଲା କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କୋଭିଡ୍ ଟେଷ୍ଟିଂ । ଗୋଟିଏ ଦିନରେ ୫୦ ହଜାର ପାର । ଗତ ୨୪ ଘଣ୍ଟାରେ ସର୍ବାଧିକ ୫୨ ହଜାର ୭୯୫ ନମୁନା ପରୀକ୍ଷା କରାଯାଇଛି । ଏହା ଭିତରେ ରହିଛି ୧୦ ହଜାର ୨୪୦ RT-PCR ଓ ୪୨ ହଜାର ୪୧୪ ଆଣ୍ଟିଜେନ୍ ଟେଷ୍ଚ କରାଯାଇଛି । ଗତକାଲି ଅପେକ୍ଷା 5 ହଜାର ଅଧିକ ନମୁନା ପରୀକ୍ଷା କରାଯାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଟେଷ୍ଟିଂକୁ ଫୋକସ କରିଛନ୍ତି ସରକାର । ଦୈନିକ ୫୦ ହଜାର ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର‌୍ୟ୍ୟ କରିଥିଲେ ସରକାର । ଟାର୍ଗେଟ ଏବେ ପୂରା ହୋଇଛି । ଆଗକୁ ଲକ୍ଷେ ପରୀକ୍ଷା କରାଇବା ଦିଗରେ ବଢୁଛି ରାଜ୍ୟ ।

ଗତ ପାଞ୍ଚ ଦିନରେ ରାଜ୍ୟରେ ପାଖାପାଖି ୨ ଲକ୍ଷ ୧୫ ହଜାର କୋଭିଡ୍ ଟେଷ୍ଟ କରାଗଲାଣି । ଗତକାଲି ୪୭ ହଜାରରୁ ଅଧିକ, ୧୩ ତାରିଖରେ ୪୨ ହଜାର, ୧୨ ତାରିଖରେ ୪୦ ହଜାର ଓ ୧୧ ୩୨ ହଜାର କୋଭିଡ୍ ଟେଷ୍ଟ କରାଯାଇଥିଲା ।

କରୋନା ଚେନ୍ ଭାଙ୍ଗିବାରେ ଟେଷ୍ଟିଂ ଏବେ ପ୍ରମୁଖ ମାଧ୍ୟମ ହୋଇଛି । ଟେଷ୍ଟିଂ କ୍ଷମତାକୁ ବଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ ।

Leave A Reply

Your email address will not be published.