Latest Odisha News

BREAKING NEWS

ଗୋଟିଏ ଦିନରେ ରାଜ୍ୟର ୧୦ ଜିଲ୍ଲାରୁ ୬୭% ପଜିଟିଭ୍ କେସ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦ ହଜାର ଟପିଛି । ଗୋଟିଏ ଦିନରେ ରେକର୍ଡ ଟେଷ୍ଟିଂ ହୋଇଛି । ଏଥିପାଇଁ ସର୍ବାଧିକ ୨୯ ଶହ ୨୪ ଭୂତାଣୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଟେଷ୍ଟିଂ ସଂଖ୍ୟା ୫୨ ହଜାର ଟପିଥିବାରୁ ୨୯ ଶହ ପଜିଟିଭ୍ କେସ୍ ବାହାରିଛି । ଗତ ୨୪ ଘଣ୍ଟାରେ ୧୦ଟି ଜିଲ୍ଲାରୁ ଶେହରୁ ଅଧିକ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୧୦ ଜିଲ୍ଲାରୁ ଶହେରୁ ଅଧିକ ପଜିଟିଭ୍ କେସ୍
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୮୮ ଆକ୍ରାନ୍ତ ବାହାରିଥିବା ବେଳେ ଗଞ୍ଜାମରୁ ୩୧୮, ଯାଜପୁରରୁ ୨୦୦ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି । କଟକରେ ୧୮୯, ସୁନ୍ଦରଗଡ଼ରୁ ୧୬୧, ନୟାଗଡ଼ରୁ ଚିହ୍ନଟ ହୋଇଛନ୍ତି ୧୪୨ ଜଣ ଆକ୍ରାନ୍ତ ।

ମୟୂରଭଞ୍ଜରୁ ୧୩୬, ବାଲେଶ୍ୱରରୁ ୧୨୭ ନୂଆ ପଜିଟିଭ୍ କେସ୍ ସାମନାକୁ ଆସିଥିବା ବେଳେ ରାୟଗଡ଼ାରୁ ୧୧୬ ଓ ଭଦ୍ରକ ଜିଲ୍ଲାରୁ ଆଉ ୧୦୭ ଜଣ ଭୂତାଣୁ ସଂକ୍ରମିତ ହୋଇଛନ୍ତି ।

୧୦ ଜିଲ୍ଲାରୁ ୬୭% ନୂଆ ଆକ୍ରାନ୍ତ
ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୯ ଶହ ୨୪ ଜଣ ସଂକ୍ରମିତ ହୋଇଛନ୍ତି। କେବଳ ୧୦ ଜିଲ୍ଲାର ନୂଆ ଆକ୍ରାନ୍ତାଙ୍କ ସଂଖ୍ୟା ରହିଛି ୧୯ ଶହ ୮୪ । ଅର୍ଥାତ ଗୋଟିଏ ଦିନରେ ଚିହ୍ନଟ ଆକ୍ରାନ୍ତଙ୍କ ୬୭ ପ୍ରତିଶତ ପଜିଟିଭ୍ କେବଳ ୧୦ଟି ଜିଲ୍ଲାରୁ ବାହାରିଛନ୍ତି ।

Leave A Reply

Your email address will not be published.