Latest Odisha News

BREAKING NEWS

ସିଏମ୍‌ସିରେ ଅଧିକ ଯୁବ ବର୍ଗ କରୋନାରେ ସଂକ୍ରମିତ: ଅନନ୍ୟା ଦାସ

କଟକ: କଟକ ମହାନଗର ନିଗମରେ ମାଡି ଚାଲିଛି କରୋନା । ସିଏମ୍‌ସିରେ ଯୁବ ବର୍ଗ ଅଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ୨୧ରୁ ୪୦ ବର୍ଷ ବୟସ ବର୍ଗ ଅଧିକ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ୨୦ ବର୍ଷରୁ କମ ବୟସ ଭିତରେ ୧୨୪ ଜଣ ଚିକିତ୍ସାଧୀନ ଅଛନ୍ତି। ୪୧ରୁ ୬୦ ବର୍ଷ ବୟସ ବର୍ଗଙ୍କ ମଧ୍ୟରେ ୨୬୧ ଜଣ ସେହିଭଳି ୬୦ ବର୍ଷରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୬୨ ଜଣ। ଏନେଇ ସିଏମ୍‌ସି କମିସନର ଅନନ୍ୟା ଦାସ ଏହି ସୂଚନା ଦେଇଛନ୍ତି।

ସିଏମ୍‌ସି କମିସନର କହିଛନ୍ତି, କଟକ ସହରର ବିଭିନ୍ନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କରୋନା ଟେଷ୍ଟିଂ ହେବ। ସଂକ୍ରମଣ ନ ବ୍ୟାପିବା ପାଇଁ ସମସ୍ତଙ୍କୁ ଗୁରୁତ୍ୱ ଦେବାର ଆବଶ୍ୟକତା ଅଛି। ଆଣ୍ଟିଜେନ, ଟ୍ରନାଟ ଓ ଆରଟିପିସିଆର ଟେଷ୍ଟିଂ ବଢ଼ିଛି। ଟେଷ୍ଟିଂ ବଢ଼ିଥିବାରୁ ପଜଟିଭ ସଂଖ୍ୟା ବଢ଼ିଛି। ଯେଉଁଠି ଜ୍ୱର, କାଶ, ରୋଗୀ ଅଛନ୍ତି, ସେଭଳି ସ୍ଥାନରେ ଗୁୁରତ୍ୱ ଦେଉଛୁ। ଫିଭର କ୍ଲଷ୍ଟର ଚିହ୍ନଟ କରୁଛୁ।

୫ଟି ପିଏଚସିରେ ଟେଷ୍ଟିଂ ଜାରି ରହିଛି। ଆଗାମୀ ଦିନରେ ଆହୁରି ୫ଟି ପିଏଚସିରେ ଟେଷ୍ଟିଂ ହେବ। ହୋମ ଆଇସୋଲେସନକୁ ବି ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ କମିଟି ଗଢ଼ାଯାଇଛି। ହୋମ ଆଇସୋଲେସନ ପାଇଁ କିଟ ଦିଆଯାଉଛି। ଲୋକଙ୍କୁ ସତେଚନ କରିବା ପାଇଁ ଆମେ ସେମିନାର ବଦଳରେ ୱେବିନାର ଆୟୋଜନ କରୁଛୁ। ଜ୍ୱର, କାଶ ହେଉଥିଲେ ଲକ୍ଷଣ ନ ଲୁଚାଇ ଟେଷ୍ଟିଂ ପାଇଁ ଆଗେଇ ଆସନ୍ତୁ ବୋଲି ସିଏମ୍‌ସି କମିସନର ଅପିଲ କରିଛନ୍ତି।

Leave A Reply

Your email address will not be published.