Latest Odisha News

BREAKING NEWS

କଟକରେ କରୋନା ସୁସ୍ଥ ହାର ୭୨ ପ୍ରତିଶତ

କଟକ: କଟକରେ ବଢ଼ୁଛି କରୋନା ସୁସ୍ଥ ହାର । ସୁସ୍ଥ ତୁଳନାରେ କମିଛି ସଂକ୍ରମିତ ସଂଖ୍ୟା । ଜିଲ୍ଲାରେ ଗତ ସପ୍ତାହରେ ସୁସ୍ଥତା ହାର ୬୬ ପ୍ରତିଶତ ଥିବା ବେଳେ ଏବେ ଏହା ବୃଦ୍ଧି ପାଇ ୭୨ ପ୍ରତିଶତରେ ପହଂଚିଛି। ପଜିଟିଭ ସଂଖ୍ୟା ଗତ ସପ୍ତାହରେ ୭୪ ପ୍ରତିଶତ ଥିବା ବେଳେ ଏହା ଏବେ ହ୍ରାସ ପାଇ ୨୭ ପ୍ରତିଶତରେ ପହଂଚିଛି। ଏନେଇ ଆଜି କଟକ ଜିଲ୍ଲାପାଳ ସାମ୍ବାଦିକ ସମ୍ମିଳନୀରେ ଭବାନୀ ଶଙ୍କର ଚୟନୀ କହିଛନ୍ତି।

ସେ କହିଛନ୍ତି ଯେ, କୋଭିଡ ମୁକାବିଲା ପାଇଁ ଗ୍ରାମାଂଚଳରେ ୧୮୨୧ କମିଟି ଓ ସହରାଂଚଳରେ ୧୧୩ଟି ଓ୍ଵାର୍ଡ କମିଟି କାର୍ଯ୍ୟ କରୁଛନ୍ତି। ଏହାର ସଦସ୍ୟମାନେ ଘର ଘରୁ ବୁଲି ଯେଉଁମାନଙ୍କ ଠାରେ କୌଣସି ଲକ୍ଷଣ ଦେଖାଯାଉଛି ଓ ପଜିଟଭି କଣ୍ଟାକ୍ଟରେ ଆସିଥିବା ଲୋକଙ୍କ ଚିହ୍ନଟ କରି ଟେଷ୍ଟ କରୁଛନ୍ତି।

ସେ କହିଛନ୍ତି ଯେ, ଆଜି ସୁଦ୍ଧା ୫୪,୮୮୪ଟି ସାମ୍ପୁଲ ସଂଗ୍ରହ କରାଯାଇଛି । ସେମାନଙ୍କ ମଧ୍ୟରୁ ୩୭୪୭ ଜଣ ଆକ୍ରାନ୍ତ ହୋଇଛନ୍ତି । ଏବେ ୧୦୨୦ ଜଣ ଚିକିତ୍ସିତ ଅବସ୍ଥାରେ ରହିଛନ୍ତି । କଟକରେ ସୁସ୍ଥତା ହାର ୭୨ ପ୍ରତିଶତ ରହିଛି । ଗତ ଅପେକ୍ଷା ଚଳିତ ସପ୍ତାହରେ ୧୭,୪୩୫ ନମୁନା ପରୀକ୍ଷା ହୋଇଛି । ୮ଟି କୋଭିଡ କେୟାରରେ ୧୨୩୦୦ଟି ବେଡ ରହିଛି । ୨୦୦ରୁ ଅଧିକ ଘରୋଇ କ୍ୱାରେଣ୍ଟାଇରେ ଏବେ ଅଛନ୍ତି ।

କଟକରେ ହସ୍ପିଟାଲ, କୋଭିଡ କେୟାର ସେଣ୍ଟରକୁ ଡାକ୍ତରମାନଙ୍କୁ ପଠାଯାଉଛି। ଏକ ଯୁଗାନ୍ତକାରୀ ଚିକିତ୍ସା ହେଉଛି ପ୍ଲାଜମା ଥେରାପି। ଏସସିବିରେ ପ୍ଲଜମା ବ୍ୟାଙ୍କ ଆରମ୍ଭ ହୋଇସାରିଛି । ୧୧୨ ଜଣଙ୍କ ଠାରୁ ୨୨୪ ୟୁନଟି ପ୍ଲାଜମା ସଂଗ୍ରହ ହୋଇଛି। ଏଥିରୁ ୧୭୯ ୟୁନିଟ ବ୍ୟବହାର କରାଯାଇଛି। କୋଭିଡ ଯୋଦ୍ଧାଙ୍କୁ ଉପଯୁକ୍ତ ଯତ୍ନ ନେଉଛୁ। ଏଯାଏଁ ୩୩୨ ଜଣ କୋଭିଡ ଯୋଦ୍ଧାଙ୍କ ମଧ୍ୟରୁ ୨୪ ଚିକିତ୍ସାଧୀନ ଥିବା ବେଳେ ବାକି ସବୁ ସୁସ୍ଥ ହୋଇ ଘରକୁ ଯାଇଛନ୍ତି। ୭୪ତମ ସ୍ୱାଧୀନତା ଦିବସ ଅବସରରେ ୩୯ କୋଭିଡ ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି ।

Leave A Reply

Your email address will not be published.