Latest Odisha News

ସିଏମ୍‌ସିରେ ପୁଣି ୭୯ ପଜିଟିଭ, ୨୩ ଲୋକାଲ କେସ୍‌

କଟକ: ସିଲଭର ସିଟିରେ ଲାଗୁନି କରୋନାକୁ ବ୍ରେକ୍ । ଆଜି ପୁଣି କଟକ ମହାନଗର ନିଗମରୁ ୭୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩୧ ଜଣ କଂଟେନ୍‌ମେଂଟ ଜୋନ, ୧୨ ଜଣ ସରକାରୀ କ୍ୱାରେଂଟାଇନ୍ ଓ ୨୩ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ସିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଥିବା ୨୩ଜଣଙ୍କ ମଧ୍ୟରୁ ମହାନଦୀ ବିହାର ଅଞ୍ଚଳରୁ ଜଣେ ମହିଳା, ବକ୍ସିବଜାର ପୁଲିସ ଲାଇନ୍‌ ଅଞ୍ଚଳରୁ ଜଣେ କରୋନା ଯୋଦ୍ଧା, ରାଜେନ୍ଦ୍ରନଗର ଅଞ୍ଚଳରୁ ଜଣେ ମହିଳା କରୋନା ଯୋଦ୍ଧା, ପୁରୀ ଘାଟ ଅଞ୍ଚଳରୁ ଜଣେ ମହିଳା, ସିଡିଏ ସେକ୍ଟର-୬ରୁ ୪ଜଣ ମହିଳା ଚିହ୍ନଟ ହୋଇଥିବା ବେଳେ ସିଡିଏ ସେକ୍ଟର-୬ରୁ ଜଣେ କରୋନା ଯୋଦ୍ଧା, ମଙ୍ଗଳାବାଗରୁ ଜଣେ ପୁରୁଷ, ଗଙ୍ଗାମନ୍ଦିର ଅଞ୍ଚଳରୁ ୨ଜଣେ ପୁରୁଷ, ନୂଆବଜାର ଅଞ୍ଚଳରୁ ଜଣେ ପୁରୁଷ, ବଜ୍ରକବାଟି ଅଞ୍ଚଳରୁ ଜଣେ ପୁରୁଷ, ମାଛୁଆ ବଜାରରୁ ଜଣେ ମହିଳା, ବକ୍ସିବଜାର ଅଞ୍ଚଳରୁ ଜଣେ ମହିଳା, ମେରିଆ ବଜାର ଅଞ୍ଚଳରୁ ଜଣେ ପୁରୁଷ, ଶିଖରପୁର ଅଞ୍ଚଳରୁ ଜଣେ ପୁରୁଷ, ତେଲେଙ୍ଗାପେଣ୍ଠରୁ ଜଣେ ପୁରୁଷ, ଶଙ୍କରପୁରରୁ ଜଣେ ମହିଳା, କନିକା ଛକରୁ ଦୁଇଜଣ ପୁରୁଷ ଓ ଦାଗରପଡ଼ା ବଣିଆ ସାହିରୁ ଜଣେ କରୋନା ଯୋଦ୍ଧା ଆଜି କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।

କଟକ ଟାଉନରେ ବର୍ତ୍ତମାନ ଯାଏଁ ୧୫୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୧୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେବି ୯୨୧ଟି ଆକ୍ଟିଭ କେସ୍ ରହିଛି । ୧୩ ଜଣଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.