Latest Odisha News

BREAKING NEWS

ଗଣେଶ ଚତୁର୍ଥୀ: ଜାଣନ୍ତୁ ବିଘ୍ନହର୍ତାଙ୍କ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ବିରାଜିବେ ବିଘ୍ନହର୍ତା ଗଜାନନ । ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ଗଣେଶ ପୂଜା ଅନୁଷ୍ଠିତ ହୋଇଥାଏ । ତେବେ ଗଣେଶ ଯେ କେବଳ ବିଦ୍ୟା ଦାତା ନୁହନ୍ତି, ତାଙ୍କ ବିଶାଳ ଶରୀରରେ ମଧ୍ୟ ଲୁଚୁ ରହିଛି ଅନେକ ମହତ୍ତ୍ୱ । ରିଦ୍ଧି-ସିଦ୍ଧି ଦାତା ଗଣପତିଙ୍କ ଶରୀରର ପ୍ରତ୍ୟେକ ଅଙ୍ଗ ନିଜ ଭିତରେ ବିଚିତ୍ର । ଜୀବନ ସହ ଜଡିତ ସମସ୍ତ ସୁବିଧା ଅସୁବିଧା ଏବଂ ବାଧାବିଘ୍ନ ଦୂର କରୁଥିବା ଶ୍ରୀଗଣେଶଙ୍କ ବାହାନ ମୂଷା ମଧ୍ୟ ଆମକୁ ବଡ ଶିକ୍ଷା ଦେଇଥାଏ । ତେବେ ଆସନ୍ତୁ ଜାଣିବା ଗଣପତିଙ୍କ ପ୍ରତ୍ୟେକ ଅଙ୍ଗର ମହତ୍ତ୍ୱ ବିଷୟରେ ।

ମୁଣ୍ଡ: ଗଣେଶଙ୍କ ବିଶାଳ ମୁଣ୍ଡ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ସାମ୍ନା କରିବା ଏବଂ ନେତୃତ୍ୱ ନେବାର ଜ୍ଞାନ ଦେଇଥାଏ । ବଡ କପାଳ ଆମକୁ ଉଦାର ରହିବା ସହ ଧନ, ଶକ୍ତି ଆଦି ଅର୍ଜନ କରିବାକୁ କୌଣସି ବ୍ୟକ୍ତିଙ୍କୁ ଅନାବଶ୍ୟକ କଷ୍ଟ ଦେବା ଉଚିତ ନୁହେଁ ବୋଲି ଶିକ୍ଷା ଦେଇଥାଏ ।

ଆଖି: ଗଣେଶଙ୍କ ଆଖି ଛୋଟ ହୋଇଥାଇପାରେ କିନ୍ତୁ ତାଙ୍କର ଦୂରଦୃଷ୍ଟି ଶକ୍ତି ରହିଛି । ନିଜଠୁ ଅନ୍ୟକୁ କେବେବି ଛୋଟ ଭାବନ୍ତୁ ନାହିଁ । ପ୍ରତ୍ୟେକଟି ଜିନିଷକୁ ଭଲଭାବେ ପରଖନ୍ତୁ, ବୁଝନ୍ତୁ ଏବଂ ତା’ପରେ ନିର୍ଣ୍ଣଣ ନିଅନ୍ତୁ ।

କାନ: ଗଣେଶଙ୍କ ବଡ ବଡ କାନ ରହିଛି । ଏହି କାନ ଆମକୁ ଅନ୍ୟମାନଙ୍କ କଥାକୁ ସଠିକ୍ ଭାବେ ଶୁଣିବାକୁ ପ୍ରେରଣା ଦିଏ । ଏହି ବଡ କାନର ଅର୍ଥ ହେଉଛି ଅଧିକ କଥା କହିବା ବଦଳରେ ଅଧିକ ଶୁଣିବା ଏବଂ ଭଲ ଜିନିଷ ଗ୍ରହଣ କରିବା ।

ଶୁଣ୍ଢ: ଅଗ୍ରପୂଜ୍ୟଙ୍କ ଲମ୍ବା ଶୁଣ୍ଢ ବା ନାକ ଆମକୁ ଶିକ୍ଷା ଦିଏ ଯେ, ମାନ ସମ୍ମାନ ହାସଲ କରିବା ପାଇଁ ପ୍ରତିଦିନ ସକ୍ରିୟ ରହି ବଡ କାର୍ଯ୍ୟ କରିବାକୁ ହେବ ।

ଦାନ୍ତ: କୁହାଯାଏ ଯେ, ହାତୀ ଦାନ୍ତ ଦେଖାଇବା ପାଇଁ ଅଲଗା ଓ ଖାଇବା ପାଇଁ ଅଲଗା ଥାଏ । ଗଣେଶଙ୍କ ଦାନ୍ତ ମଧ୍ୟ ଆମକୁ ଏହି ଶିକ୍ଷା ଦେଇଥାଏ । ଆମେ ଆମ ଆଖପାଖରେ ଥିବା ଶତ୍ରୁଙ୍କୁ ଜାଣିବା ପରେ ବି ତାଙ୍କ ସହ ନମ୍ର ଭାବେ ବ୍ୟବହାର କରିବା ଉଚିତ ।

ପେଟ: ଗଣେଶଙ୍କ ବଡ ପେଟ ଆମକୁ ସମସ୍ତ ପ୍ରକାରର ଉଚିତ ଏବଂ ଅନୁଚିତ କଥାକୁ ହଜମ କରିବା ପାଇଁ ସନ୍ଦେଶ ଦେଇଥାଏ । ଯଦି କେହି ଆମ ଉପରେ ବିଶ୍ୱ କରି କଛି କହିଛନ୍ତି ତେବେ ତାକୁ ଆମେ ଅନ୍ୟକୁ ନକହି ଆମ ପେଟ ଭିତରେ ହିଁ ସୀମିତ ରଖିବା ଉଚିତ ।

ମୂଷା: ଗଣେଶଙ୍କ ବାହାନ ମୂଷା ଆମକୁ ଆମ ଜୀବନରେ ଏହି ସନ୍ଦେଶ ଦେଇଥାଏ ଯେ, କର୍ତ୍ତବ୍ୟରୂପୀ ଜୀବନରେ ଏହି ଛୋଟ ମୂଷା ଆମକୁ ଅନେକ କ୍ଷତି ପହଂଚାଇଥାଏ । ତେଣୁ ସେହି କ୍ଷତିକୁ ଦମନ କରିବା ଉଚିତ । ସର୍ବଦା ତା’କୁ ତଳେ ରଖି ତା’ ଉପରେ ରହିବା ଉଚିତ ।

Leave A Reply

Your email address will not be published.