Latest Odisha News

BREAKING NEWS

ଜୋ ବାଇଡେନ୍‌ଙ୍କୁ ଆମେରିକାର ଆଗାମୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ପାର୍ଥୀ ଭାବେ ମନୋନୀତ କଲା ଡେମୋକ୍ରାଟିକ୍ ପାର୍ଟି

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ପ୍ରାର୍ଥୀ ଭାବେ ମନୋନୀତ କରିଛି।

ପୂର୍ବରୁ ଦୁଇ ଥର ରାଷ୍ଟ୍ରପତି ହେବା ନିମନ୍ତେ ଉଦ୍ୟମ କରିଥିବା ବାଇଡେନ୍‌ଙ୍କ ପାଇଁ ଏହା ଥିଲା ଅତ୍ୟନ୍ତ ଆନନ୍ଦଦାୟକ ମୁହୂର୍ତ୍ତ। ଏହା ‘ତାଙ୍କ ଜୀବନର ସର୍ବୋଚ୍ଚ ସମ୍ମାନ’ ବୋଲି ସେ ଟ୍ୱିଟ କରି କହିଛନ୍ତି।

ଆହୁରି ମଧ୍ୟ ସେ ଲେଖିଛନ୍ତି ଯେ, ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଲାଗି ଡେମୋକ୍ରାଟିକ୍ ପାର୍ଟିର ମନୋନୟନକୁ ଗ୍ରହଣ କରିବା ମୋ ଜୀବନର ସମ୍ମାନ ଅଟେ ।
‘ଡେମୋକ୍ରାଟିକ୍ ନ୍ୟାସ୍‌ନାଲ୍‌ କନ୍‌ଭେନ୍‌ସନ୍’ର ଦ୍ବିତୀୟ ଦିବସରେ ବାଇଡେନ୍‌ଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଛି। ବର୍ତ୍ତମାନ ଆମେରିକାର ରାଷ୍ଟ୍ରପତି ଥିବା ଟ୍ରମ୍ପ୍ ଦେଶ ଓ ବିଦେଶରେ ସୃଷ୍ଟି କରିଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ବାଇଡେନ୍‌ଙ୍କର ଅନୁଭୂତି ଏବଂ ସାମର୍ଥ୍ୟ ଥିବା କଥା ଡେମୋକ୍ରାଟିକ୍ ନେତାମାନେ କହୁଛନ୍ତି।

ଏହି ଦଳୀୟ ସମ୍ମିଳନୀରେ ବାଇଡେନ୍‌ଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରୁଥିବା ଅନେକ ବିଗତ ଏବଂ ସାମ୍ପ୍ରତିକ ଡେମୋକ୍ରାଟିକ୍ ନେତା ଓ ବାଚସ୍ପତି ଉପସ୍ଥିତ ଥିଲେ।

Comments are closed.