Latest Odisha News

BREAKING NEWS

ମୃତ୍ୟୁ ମିଟର ଉପର ମୁହାଁ; ଦେଶରେ ୨୪ ଘଣ୍ଟାରେ ଗଡ଼ିଲା ୨୦୦୦ ମୁଣ୍ଡ !

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୨୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର ମିଟର ।
ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୧୦୯୨ ମୃତ୍ୟୁ ରେକର୍ଡ ହୋଇଛି । ଏହାକୁ ମିଶାଇ ଦେଶର ମୋଟ ମୃତ୍ୟୁ ସଂଖ୍ୟା ୫୨,୮୮୯ ରେ ପହଞ୍ଚିଛି । ସେହିଭଳି ଗତ ୨୪ ଘଣ୍ଟାରେ ୬୪,୫୩୧ ଆକ୍ରାନ୍ତଙ୍କ ସହ ମୋଟ ସଂଖ୍ୟା ୨୭,୬୭,୨୭୪ ରେ ପହଞ୍ଚିଛି।

କରୋନା ମହାମାରୀ ଦେଶରେ ପ୍ରତିଦିନ ପାଖାପାଖି ୧୦୦୦ ମୁଣ୍ଡ ନେଉଥିବା ବେଳେ ଆଜି ଏହିସଂଖ୍ୟା ୧୦୦୦ ଟପିଛି। ଗତ ସପ୍ତାହରେ ମୃତ୍ୟୁହାର ପାଖାପାଖି ୧୫ ପ୍ରତିଶତ ଅଧିକ ରହିଛି ।

ଦେଶରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ବଢୁଛି । ସେହିପରି ଟେଷ୍ଟିଂ କ୍ଷମତା ବି ବୃଦ୍ଧି କରାଯାଇଛି । ବର୍ତ୍ତମାନ ଦେଶରେ ପ୍ରତିଦିନ ପାଖାପାଖି ୫ ଲକ୍ଷ କୋଭିଡ୍ ଟେଷ୍ଟ କରାଯାଉଛି ।

Leave A Reply

Your email address will not be published.