ସମ୍ବଲପୁର: ସମ୍ବଲପୁରରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ସମ୍ବଲପୁର ମହାନଗର ନିଗମର ୧୬ଟି ସ୍ଥାନରେ ଜାରି ହୋଇଛି ୧୪୪ ଧାରା ।
ସୂଚନାନୁଯାୟୀ, ସମ୍ବଲପୁର ମହାନଗର ନିଗମର ଖେତରାଜପୁରର ତାଲଭଟାପଡା, ଜଗନ୍ନାଥ କଲୋନୀର ଲେନ୍ -୩, ମାୟାବଗିଚା, ନନ୍ଦପଡାର ସୁସାରୀ ଗଳି, ମୋଦିପଡାର ମାଣିକମୁଣ୍ଡା, ତଅଁଲାପଡା, ଠେଲକୋପଡା, ଏନ୍ ଗୁଆଲେନ୍ ର ହନୁମାନ ମନ୍ଦିର ପଛ ପଟ, ଗୁଜରାଟି କଲୋନୀର ଜଳରାମ ମନ୍ଦିର ପାଖ, ବୁର୍ଲାର ଡକ୍ଟର କଲୋନୀ, ଜେଜେଏସ କଲୋନୀ, ଆଇଆର୍ କଲୋନୀ, ବିଷ୍ଣୁପଡା, ହୀରାକୁଦର ଲେବର କଲୋନୀ, ଗୌଡ ପଡା, ଝାଙ୍କରପଡାରେ ଆଦି ସ୍ଥାନରେ ୧୪୪ ଧାରା ଜାରି କରାଯାଇଛି ।
୧୯ ତାରିଖରୁ ଜାରି ଜୋଇଥିବା ଏହି କଟକଣା ୨୪ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସୂଚନା ମିଳିଛି।
Comments are closed.