Latest Odisha News

BREAKING NEWS

ଲଗାଣ ବର୍ଷାରେ ବେହାଲ ରାଜଧାନୀ

ଭୁବନେଶ୍ୱର: ଲଗାଣ ବର୍ଷାରେ ରାଜଧାନୀ ଭୁବନେଶ୍ୱରର ଜଳାର୍ଣ୍ଣବ ହୋଇଛି । ବୁଧବାରଠାରୁ ବର୍ଷା ଲାଗି ରହିଥିବାରୁ ତଳିଆ ଅଞ୍ଚଳରେ ପାଣି ଜମି ରହିଛି । ଏପରିକି ଜାତୀୟ ରାଜପଥରେ ବି ପାଣି ଭର୍ତ୍ତି ହୋଇଛି । ଫ୍ଲାଏ ଓଭର ରାସ୍ତାରେ ବି ସେଇ ସମାନ ଅବସ୍ଥା । ବିଶେଷ କରି ଜଳ ନିଷ୍କାସନର ସୁବିଧା ନ ଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । ତେବେ ବିଏମସି କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଯଥା ସମ୍ଭବ ମଟର ପମ୍ପ ଲଗାଇ ଜଳ ନିଷ୍କାସନ କରାଯାଉଛି ।

ବିଶେଷ କରି କଟକ ରୋଡ, ବମିଖାଲ, ନୂଆପଲ୍ଲୀ ବେହେରା ସାହି, ଶତାଦ୍ଦୀ ନଗର, ଭୋଇ ସାହି, ଝାରପଡାର କିଛି ଅଂଚଳବାସୀ ଜଳଘେରରେ ଅଛନ୍ତି । ବିଏମସି ପକ୍ଷରୁ ପ୍ରାୟ ୩୫ ଟି ପମ୍ପ ଲଗାଯାଇ ଜଳ ନିଷ୍କାସନ ଚାଲିଛି । ଚଳିତ ବର୍ଷ ରାଜଧାନୀରୁ ଜଳବନ୍ଦୀ ସମସ୍ୟା ଦୂରେଇବା ପାଇଁ ବିଭିନ୍ନ ସ୍ଥାନରେ ଡ୍ରେନ ତିଆରି ଆରମ୍ଭ ହୋଇଥିଲା । ତେବେ କାମ ଏ ଯାଏଁ ସରି ନ ଥିବା ବେଳେ ବର୍ଷା ହେବା କାରଣରୁ ସମସ୍ୟା ଆହୁରି ବଢିଯାଇଛି ।

Leave A Reply

Your email address will not be published.