ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା ୨୪ ଘଂଟା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୨୪ ତାରିଖ ବେଳକୁ ଲଘୁଚାପ ଭୀଷଣ ରୂପ ନେବ । ଯାହା ଫଳରେ ୨୫ ଏବଂ ୨୬ ତାରିଖରେ ପ୍ରବଳ ବର୍ଷା ହେବ । ତେବେ ରାଜ୍ୟର ଅନେକ ସ୍ଥାନରେ ଆଜି ରାତିରୁ ବର୍ଷା ଆରମ୍ଭ ହୋଇପାରେ । ଉପକୂଳ ଓଡ଼ିଶା ଏବଂ ଉତ୍ତର ଓଡ଼ିଶାରେ ଲଘୁଚାପ ବର୍ଷାର ପ୍ରଭାବ ଅଧିକ ଦେଖାଦେବ ।
ସେପଟେ ଏସ୍ଆର୍ସି ଟ୍ୱିଟ୍ କରି କହିଛନ୍ତି, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ସୁନ୍ଦରଗଡ ଓ କେନ୍ଦ୍ରାପଡାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହେବା ସମ୍ଭାବନା ରହିଛି । ଏଥିସହ କଟକ, ନୟାଗଡ, ଗଂଜାମ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, କନ୍ଧମାଳ, ସମ୍ବଲପୁର, ଝାରସୁଗୁଡା, ଅନୁଗୁଳ, ଢ଼େଙ୍କାନାଳ, ମୟୂଭଂଜ, ଏବଂ ଯାଜପୁରରେ ଆସନ୍ତା ୨୪ ଘଂଟା ମଧ୍ୟରେ ବର୍ଷା ହୋଇପାରେ ।
Comments are closed.