Latest Odisha News

BREAKING NEWS

ନୂଆ ଘୋଟାଲା: ୧୪ ମାସରେ ୮ଥର ଗର୍ଭବତୀ ୬୫ ବର୍ଷୀୟ ମହିଳା !

ବିହାର: ମୁଜାଫରପୁର ଜିଲ୍ଲାରେ ସାମ୍ନାକୁ ଆସିଛି ଏକ ତାଜୁବ କଲାଭଳି ଘଟଣା । ଜଣେ ସ୍ଥାନୀୟ ମହିଳା ଯିଏ କି ୬୫ଟି ଫଗୁଣ ଅତିକ୍ରମ କରିଛନ୍ତି । ହେଲେ ୧୪ ମାସରେ ସେ ୮ଥର ଗର୍ଭଧାରଣ କରିଥିଲେ । ଘଟଣାଟି ଅବିଶ୍ୱସନୀୟ ଲାଗୁଥିଲେ ବି ସରକାରୀ ସ୍ତରରେ ଏହା ସମ୍ଭବ ହୋଇପାରିଛି । ବିହାର ମୁଜାଫରପୁର ଜିଲ୍ଲା ମୁଷାହାରି ବ୍ଲକର ଲିଲା ଦେବୀ ନାମକ ଜଣେ ମହିଳାଙ୍କ ନାଁରେ ଏପରି ଅଭିଯୋଗ ଆସିଛି । ଏହି ଘଟଣା ସ୍ତ୍ରୀ ପ୍ରସୂତୀ ବିଭାଗୀୟ ଡାକ୍ତରଙ୍କ ହୋସ୍ ଉଡାଇବାର କ୍ଷମତା ରଖିଛି ।

ସରକାରୀ ଯୋଜନା ମୁତାବକ ଝିଅ ଜନ୍ମ ହେଲେ କିଛିଟା ସରକାରୀ ଆର୍ଥିକ ସହାୟତା ମିଳିଥାଏ । ବାସ୍ ଏହି ଯୋଜନାକୁ ରୋଜଗାରର ମାଧ୍ୟମ କରିଥିଲା ଏଭଳି ଅଭିନବ ଘୋଟାଲା । ସରକାରୀ ରିପୋର୍ଟ ଅନୁଯାୟୀ ମହିଳା ଜଣକ ୧୪ମାସରେ ୮ଟି ଝିଅ ଜନ୍ମ କରିଥିଲେ । ପ୍ରତି ଝିଅ ପିଛା ତାଙ୍କ କଥିତ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା ୧୪୦୦ ଟଙ୍କା । ସେହିଭଳି ଶାନ୍ତି ଦେବୀ ନାମକ ଅନ୍ୟ ଜଣେ ମହିଳା ବି ୯ମାସରେ ୫ଟି ଝିଅ ଜନ୍ମ କରିଥିବା ହିସାବ ରହିଛି ।

ମୁଷାହାରୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଉପେନ୍ଦ୍ର ଚୌଧୁରୀ ପ୍ରଥମେ ଘୋଟାଲାର ଆଭାସ୍ ପାଇ ଥାନାରେ ଏତଲା ଦେଇଥିଲେ । ମାମଲାକୁ ନେଇ ସଂପୃକ୍ତ ମହିଳାଙ୍କୁ ପଚରାଯିବାରୁ ଏ ନେଇ ସେ କିଛି ଜାଣିନଥିବା କହିଥିଲେ । ଏପରିକି ସେମାନଙ୍କ ଆକାଉଣ୍ଟକୁ କୌଣସି ଟଙ୍କା ଆସିନଥିବା ଓ ଦାଦନ ଖଟିବାକୁ ବାହାରକୁ ଯାଇଥିବାରୁ ଘଟଣା ସଂପର୍କରେ କିଛି ଜାଣିନଥିବା କହିଥିଲେ ।

ଏଭଳି ନୂଆ ଘୋଟାଲା ସାମ୍ନାକୁ ଆସିବା ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତଦନ୍ତ ନିର୍ଦ୍ଦେଶ ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମସ୍ତ ଘଟଣା ଗୁଡିକୁ ତର୍ଜମା କଲେ ସ୍ପଷ୍ଟ ଜଣାପଡେ ଘୋଟାଲାରେ ଗରିବ ମହିଳାଙ୍କର କୌଣସି ସଂପର୍କ ନାହିଁ । ବରଂ ସରକାରୀ ସ୍ତରରେ ହିଁ ସରକାରୀ ଟଙ୍କାକୁ ଚଳୁ କରାଯାଇଥିଲା ।

Leave A Reply

Your email address will not be published.