ମୁମ୍ବାଇ: ଭାରତୀୟ କ୍ରିକେଟର ମହାନ ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ବର୍ତମାନ ବିରାଟ କୋହଲିଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍ ସର୍ବଶ୍ରେଷ୍ଠ । ଟେଷ୍ଟ କ୍ରିକେଟରେ ଏତେ ଦିନ ଭାରତ ଏକ ଶୃଙ୍ଖଳିତ ଟିମ୍ ପାଇଛି । ବ୍ୟାଟିଂ, ବୋଲିଂ ଓ ଫିଟନେସରେ ଟିମ୍ ସମ୍ପୂର୍ଣ୍ଣ ଭାବେ ସନ୍ତୁଳିତ ରହିଛି । କୋହଲିଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଏବେ ଟେଷ୍ଟ କ୍ରିକେଟରେ ଏକ ନମ୍ବର ସ୍ଥାନ ହାସଲ କରିଛି । ବର୍ତମାନ ବୋଲିଂ ଆଟାକ ବିପକ୍ଷ ଦଳର ୨୦ ଉଇକେଟ ନେବା ଦକ୍ଷତା ରଖିଛି ।
ଟେଷ୍ଟ କ୍ରିକେଟରେ ବିପକ୍ଷ ଦଳକୁ ଆଉଟ ନ କରିପାରିଲେ ମ୍ୟାଚ ଜିତିବା ସମ୍ଭବପର ନୁହେଁ । ଯଶପ୍ରୀତ ବୁମରା, ମହମ୍ମଦ ଶାମି, ଉମେଶ ଯାଦବ ଓ ଭୁବନେଶ୍ୱର କୁମାର ଶ୍ରେଷ୍ଠ ପ୍ରଦର୍ଶନ ଜାରି ରଖିଛନ୍ତି । ଦଳର ବ୍ୟାଟିଂ ମଧ୍ୟ ବିଶ୍ୱର ଯେ କୌଣସି ବୋଲିଂ ଲାଇନ ଅପ ବିରୋଧରେ ରନ ସଂଗ୍ରହ କରିପାରିବା ଦକ୍ଷତା ରଖିଛନ୍ତି ବୋଲି ସେ କହିଛନ୍ତି ।
Comments are closed.