ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ତାଙ୍କ ସାଙ୍ଗ ସିଦ୍ଧାର୍ଥ ପିଠାନୀ ସମେତ ଅନ୍ୟ ମାନଙ୍କୁ ଜେରା କରୁଛି । ଏହି ସମୟରେ ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ଦାବି କରିଛନ୍ତି ଯେ ଆମକୁ ଏହି କେସରେ ସିବିଆଇ କୌଣସି ସମନ କରିନାହିଁ ।
ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତିଷ ମାନସିନ୍ଦେ ସୋମବାର ଦିନ ସୂଚନା ଦେଇ କହିଛନ୍ତି ଯେ ଏଯାବତ୍ ରିୟା କିମ୍ବା ତାଙ୍କ ପରିବାର ବର୍ଗଙ୍କୁ ସିବିଆଇ ପକ୍ଷରୁ କୌଣସି ସମନ୍ ଦିଆଯାଇନାହିଁ । ଯଦି ସମନ କରାହୁଏ ତାହେଲେ ସେମାନେ ସିବିଆଇ ନିକଟରେ ହାଜର ହେବେ ।
ସୂଚନାଯୋଗ୍ୟ, ନିକଟ ଅତୀତରେ ସୁଶାନ୍ତଙ୍କ ପିତା କେ କେ ସିଂହ ଗାର୍ଲଫ୍ରେଣ୍ଡ ରିୟା ବିରୋଧରେ ବିହାର ପୋଲିସ ପାଖରେ ଏଫଆଇଆର୍ ଦାଏର କରିଥିଲେ ।
ଏପରିକି ରିୟା ସୁଶାନ୍ତଙ୍କ ୧୫ କୋଟି ଟଙ୍କା ନେଇ ଯାଇଥିବା ଏବଂ ତାଙ୍କୁ ଆତ୍ମହତ୍ୟା ଲାଗି ଉସୁକାଇ ଥିବା ଭଳି ସଙ୍ଗୀନ ଅଭିଯୋଗ କରିଥିଲେ ।
ପରବର୍ତ୍ତୀ ସମୟରେ ଇଡି ପକ୍ଷରୁ ମନି ଲଣ୍ଡରିଂ ନେଇ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଇଡି ପକ୍ଷରୁ ଅର୍ଥ ହେରଫେର ନେଇ ଖୋଳତାଡ ମଧ୍ୟ ଜାରି ରହିଛି ।
ବଲିଉଡର ଚର୍ଚ୍ଚିତ ତଥା ସଫଳ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କର ଗତ ଜୁନ୍ ୧୪ ତାରିଖରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ବାସଭବନରେ ମୃତ୍ୟୁ ହୋଇଥିଲା ।
Comments are closed.