Latest Odisha News

BREAKING NEWS

ଭାରତ-ବାଂଲାଦେଶ ମଧ୍ୟରେ ହେବ ଡିଜିସ୍ତରୀୟ ଆଲୋଚନା, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ଆଗାମୀ ମାସରେ ଢାକା ଠାରେ ଏକ ଡିଜି ସ୍ତରୀୟ ଆଲୋଚନା କରାଯିବ ।

ବର୍ଷକୁ ଦୁଇ ଥର ହେଉଥିବା ଏହି ଆଲୋଚନା ସୀମା ସୁରକ୍ଷା ବଳ (ବିଏସଏଫ୍‌) ଓ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ମଧ୍ୟରେ ସେପ୍ଟେମ୍ବର ୧୩ ତାରିଖରୁ ୧୮ ତାରିଖ ଭିତରେ ବାଂଲାଦେଶୀ ଫୋର୍ସର ମୁଖ୍ୟ କାର୍ଯ୍ୟାଳୟ ପିଲଖାନାରେ ହେବ।

ବିଏସଏଫର ନବନିଯୁକ୍ତ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ନେତୃତ୍ୱରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ, ବୈଦେଶିକ ମନ୍ତ୍ରଣାଳୟ ଓ ଅନ୍ୟ ସରକାରୀ ଏଜେନ୍ସି ଏହି ଆଲୋଚନାରେ ସାମିଲ ହେବେ ।

ସେହିପରି ବାଂଲାଦେଶ ପକ୍ଷରୁ ନେତୃତ୍ୱ ନେବେ ବିଜିବିର ମହାନିର୍ଦ୍ଦେଶକ (ଡିଜି) ମେଜର ଜେନେରାଲ୍ ମହମ୍ମଦ ଶଫିନୁଲ ଇସଲାମ୍ ।

ପିଟିଆଇର ରିପୋର୍ଟ ମୁତାବକ ଚଳିତ ଥର ହେବାକୁ ଥିବା ଏହି ଆଲୋଚନାରେ ୪,୦୯୬ କିମି. ଲମ୍ବ ସୀମା ସହ ଜଡିତ କିଛି ଦ୍ୱିପାକ୍ଷିକ ବିଷୟ ଉପରେ ଚର୍ଚ୍ଚା ହେବ ଏବଂ ଆଉ କିଛି ପ୍ରୋଟୋକଲକୁ ଚୂଡାନ୍ତ ରୂପ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଥିଲେ ।

Comments are closed.