ବାରିପଦା: ବାରିପଦା ସହରରେ ଲୋକଙ୍କ ଘରେ ପଶିଲା ବନ୍ୟା ପାଣି । ଗତକାଲି ଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ସହର ମଧ୍ୟରେ ଯାଇଥିବା ଜରାଳୀ ଏବଂ ସରାଳୀ ନାଳ ଗୁଡିକରେ ପ୍ରବଳ ବନ୍ୟା ଜଳ ପ୍ରବାହିତ ହୋଇଥିଲା । ଫଳରେ ସହରର ବିଭିନ୍ନ ସ୍ଥାନରେ ଏହି ନାଳ ସଂଗଲଗ୍ନ ଗୃହ ଗୁଡିକ ସହ ସହରର ତଳି ଅଞ୍ଚଳରେ ବନ୍ୟା ଜଳ ଘରେ ପ୍ରବେଶ କରିଥିବା ଦେଖିବାକୁ ମିଳିଛି ।
ସିମିଳିପାଳ ଜୈବମଣ୍ଡଳରେ ମଧ୍ୟ ପ୍ରବଳ ବର୍ଷା ଲାଗି ରହିଥିବାରୁ ସେଠାରୁ ବାହାରିଥିବା ବୁଢାବଳଙ୍ଗ ନଦୀ ମଧ୍ୟ ଧିରେ ଧୀରେ କୂଳ ଲଙ୍ଘନ କରୁଥିବା ଦେଖିବାକୁ ମିଳିଛି । ତଳି ଅଞ୍ଚଳର ଲୋକମାନେ ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର ହୋଇ ଆସୁଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାତି ତମାମ ବର୍ଷା ଲାଗିରହିଥିବାରୁ ରାତି ୪ଟା ସମୟରେ ବନ୍ୟା ଜଳ ଲୋକଙ୍କ ଘରେ ପ୍ରବେଶ କରିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।
Comments are closed.