Latest Odisha News

BREAKING NEWS

ଲତା ମଙ୍ଗେସକରଙ୍କ ବିଲଡିଂ ସିଲ୍

ମୁମ୍ବାଇ: ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ବିଲଡିଂକୁ ସିଲ୍ କରିଛି ମୁମ୍ୱାଇ ମୁନିସିପାଲ୍ କର୍ପୋରେସନ୍ (ବିଏମସି) । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରତିଷେଧକମୂଳକ ବ୍ୟବସ୍ଥା ଭାବରେ ଲତାଙ୍କ ପ୍ରଭାକୁଞ୍ଜ ବାସଭବନକୁ ସିଲ୍ କରାଯାଇଛି । ଲତା ଓ ତାଙ୍କ ପରିବାର ସଦସ୍ୟ ବର୍ତ୍ତମାନ ସୁରକ୍ଷିତ ଓ ସୁସ୍ଥ ଅଛନ୍ତି ।

ବିଏମସି ପକ୍ଷରୁ ବିଲଡିଂ ସିଲ୍ କରାଯାଇଥିବା ନେଇ ଲତା ମଙ୍ଗେସକରଙ୍କ ପରିବାର ପକ୍ଷରୁ ସ୍ପଷ୍ଚ କରାଯାଇଛି । ପ୍ରଭାକୁଞ୍ଜଳରେ ରହୁଥିବା ଅଧିକାଂଶ ବୟସ୍କ ବ୍ୟକ୍ତି । ଏହାସହ ଲତାଙ୍କ ପରିବାର ଲୋକ କୌଣସି ସମୟରେ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଗୁମର ନକରିବାକୁ ଅପିଲ୍ କରିଛନ୍ତି ।

ସାଉଥ ମୁମ୍ବାଇର ଚମ୍ୱାଲା ହିଲରେ ରହିଛି ଲତାଙ୍କ ପ୍ରଭାକୁଞ୍ଜ । ସେଠାରେ ସପରିବାର ରହୁଛନ୍ତି । କୋଭିଡ୍ ସୋସାଇଟି ପକ୍ଷରୁ କୋଭିଡ୍ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ବିଶେଷ କରି ବରିଷ୍ଠ ନାଗରିକଙ୍କ ଯତ୍ନ ଦିଗରେ ସୋସାଇଟି ଧ୍ୟାନ ଦେଉଥିବା ଲତାଙ୍କ ପରିବାର ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.