Latest Odisha News

BREAKING NEWS

ରାଜ୍ୟରେ ଆଉ ୧୪ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୧୪ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୪୭୦ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ବାଲେଶ୍ୱରରୁ ୨, ବରଗଡରୁ ୧, ଭୁବନେଶ୍ୱରରୁ ୨, କଟକରୁ ୨, ଜଗତସିଂହପୁରରୁ ୨, ଯାଜପୁରରୁ ୧, ମାଲକାନଗିରିରୁ ୨, ସୁନ୍ଦରଗଡରୁ ୧, ପୁରୀରୁ ଜଣେ କରୋନା ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ମୃତକଙ୍କ ସମ୍ପର୍କରେ ସବିଶେଷ ତଥ୍ୟ ଜାଣନ୍ତୁ…

  • ବାଲେଶ୍ୱରରୁ ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଏବଂ ଅନ୍ୟ ଜଣେ ୪୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ଜଣେ ମଧୁମେହ ରୋଗରେ ପିଡିତ ଥିବା ବେଳେ ମହିଳା ଜଣକ ଆଜମାରେ ପିଡିତ ଥିଲେ ।
  • ବରଗଡରୁ ଜଣେ ୭୭ ବର୍ଷ ବୟସ୍କଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହରେ ପିଡିତ ଥିଲେ।
  • ଭୁବନେଶ୍ୱରରୁ ଜଣେ ୪୫ ବର୍ଷ ବୟସ୍କ ପୁରୁଷ ଏବଂ ଆଉ ଜଣେ ୭୭ ବର୍ଷ ବୟସ୍କ ମହିଳା ରହିଛନ୍ତି । ଦୁହେଁ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।
  • କଟକରୁ ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଏବଂ ଆଉ ଜଣେ ୫୮ ବର୍ଷ ବୟସ୍କ ମହିଳା ରହିଛନ୍ତି ।
  • ଜଗତସିଂହପୁରରୁ ଜଣେ ୩୦ ବର୍ଷ ଓ ୫୬ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
  • ଯାଜପୁରରୁ ଜଣେ ୫୮ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ରୋଗରେ ପିଡିତ ଥିଲେ ।
  • ପୁରୀରୁ ଜଣେ ୭୧ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
  • ମାଲକାନଗିରିରୁ ଦୁଇ ଜଣ ୫୫ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଛି ।
  • ସୁନ୍ଦରଗଡରୁ ଜଣେ ୭୨ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପିଡିତ ଥିଲେ ।

Comments are closed.