ଭୁବନେଶ୍ୱର: ଛତିଶଗଡର ରାୟପୁରରେ ହୋଇଥିବା ବସ୍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୮କୁ ବୃଦ୍ଧି ପାଇଥିବା ନେଇ ଶନିବାର ସୂଚନା ଦେଇଛନ୍ତି ଓଡିଶା ଡିଜିପ ଅଭୟ ।
ସୂଚନାନୁଯାୟୀ, ଛତିଶଗଡର ଛେରୀଖେଦି ଅଞ୍ଚଳରେ ଆଜି ସକାଳ ପ୍ରାୟ ୮ଟା ୩୦ମି. ସମୟରେ ଏକ ଟ୍ରକ୍ ସହ ଗଞ୍ଜାମରୁ ଶ୍ରମିକଙ୍କୁ ନେଇ ସୁରତ ଯାଉଥିବା ଗୋଟିଏ ବସ୍ ଧକ୍କା ହୋଇଥିଲା । ଯାହା ଫଳରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରକାଶ କରିଥିଲେ ଛତିଶଗଡ ପୋଲିସ ।
ତେବେ ଓଡିଶା ଡିଜିପିଙ୍କ ସୂଚନା ମୁତାବକ ଆହତ ଶ୍ରମିକମାନେ ରାୟପୁର ମେଡିକାଲ କଲେଜ ଓ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ଏହାଛଡା ବାକି ୫୯ ଜଣ ଶ୍ରମିକ ସୁରକ୍ଷିତ ରହିଛନ୍ତି ଏବଂ ସେମାନଙ୍କ ଦେଖାଶୁଣା ଜିଲ୍ଲା ପ୍ରଶାସନ କରୁଛନ୍ତି ।
ଏହି ଘଟଣାରେ ଅଭୟ ଛତିଶଗଡ ଡିଜିପିଙ୍କ ସହ ଆଲୋଚନା କରିଥିବା ପ୍ରକାଶ କରିଛନ୍ତି ।
ଏପରିକି ପଦ୍ମପୁର ଏସଡିପିଓଙ୍କ ଅଧିନରେ ଏକ ଟିମ୍ ସ୍ଥାନୀୟ ପୋଲିସକୁ ସହାୟତା ଲାଗି ରାୟପୁର ଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।
Comments are closed.